ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସବୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଓ ପରିଚୟପତ୍ର ସହ ଜାରି ହେଲା ଗାଇଡଲାଇନ୍

0

ଭୁବନେଶ୍ବର: ଏଣିକି ସବୁ ମେଡିକାଲ ଶିକ୍ଷାନୁଷ୍ଠାନ ଚାରିପାଖରେ ପାଚେରି ରହିବ। ସବୁ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଓ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ରହିବ। ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କ ସୁରକ୍ଷା ନେଇ ଜାରି ହେଲା ଗାଇଡଲାଇନ୍।

ଆରଜି କର ମେଡିକାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତର, ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ସେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି। ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ଡ୍ୟୁଟି ଓ ରେଷ୍ଟ ରୁମ୍ ରହିବ। ସବୁ ସରକାରୀ ମେଡିକାଲ କଲେଜରେ ଫାଣ୍ଡି ବାଧ୍ୟତାମୂଳକ। ସେହିପରି ଇନଡୋର ରୋଗୀଙ୍କ ପାଇଁ ଭିଜିଟର ପାସ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଓପିଡିରେ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ମୁତୟନ ରହିବେ। ଯେତେ ସମ୍ଭବ ଉଭୟ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ଦାୟିତ୍ୱରେ ରହିବେ।

ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ହଷ୍ଟେଲ ଓ ଗେଟ୍ ବାହାରେ ଲାଗିବ ସିସିଟିଭି କ୍ୟାମେରା। ଆପଦକାଳୀନ ସୂଚନା ଦେବାକୁ ପାନିକ୍ ବଟନ୍, ଜରୁରୀ ଫୋନ୍ ଏବଂ ଆପ୍ ରହିବ। କୌଣସି ଅଘଟଣ ସୂଚନା ହେଲେ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ। ସେହିପରି ସୁରକ୍ଷାକର୍ମୀ କ୍ୟାମ୍ପସ ଭିତରେ ପାଟ୍ରୋଲିଂ କରି ଅନଧୀକୃତ ଯାତ୍ରୀଙ୍କୁ ତଡ଼ିବେ। କୋଲକାତା ଆରଜି କର ମେଡିକାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁରକ୍ଷା ନେଇ ଏହି ଗାଇଡଲାଇନ୍ ଜାରି ହୋଇଛି।

Leave A Reply

Your email address will not be published.