ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଘାଟିରୁ ଓଲଟିଲା ବସ, ୪ ଯବାନ ମୃତ ୨୮ ଆହତ

0

ବୁଦ୍ଧଗାମ: କଶ୍ମୀର ବୁଦ୍ଧଗାମ ଜିଲାରେ ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି ତଳକୁ ଖସି ପଡିଛି। ଦୁର୍ଘଟଣାରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନା ଯୋଗ୍ୟ, ଜମ୍ମୁ-କଶ୍ମୀର ବିଧାନସଭା ନିବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏକ ବସ୍‌ ଯୋଗେ ୩୬ଜଣ ଯବାନ ବୁଦ୍ଧଗାମ ଅଞ୍ଚଳକୁ ଯାଉଥିଲେ। ହେଲେ ବୁଦ୍ଧଗାମ ଜିଲା ୱାଟରହାଲର ବ୍ରେଲ୍‌ ନିକଟରେ କୌଣସି କାରଣରୁ ବସ୍‌ଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା। ଫଳରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଯବାନ ଆହତ ହୋଇଥିବା ସୂଚନା ମଳିଛି।

Leave A Reply

Your email address will not be published.