ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଜମ୍ମୁ-କାଶ୍ମୀରରେ ଆଜି ସରିଛି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଯାଇଛି। ସକାଳଠୁ କଡ଼ା ସୁରକ୍ଷାରେ ଚାଲିଥିଲା ଭୋଟିଂ। ୨୬ ବିଧାନସଭା ଆସନରେ ଚାଲିଥିଲା ଭୋଟିଂ। ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରିଛନ୍ତି ମତଦାନ। ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତ ଦାତା। ୬ ଜିଲ୍ଲାରେ ୨୫ ଲକ୍ଷ ଭୋଟର ମତଦାନ କରିଛନ୍ତି।

କଙ୍ଗାନ, ଗନ୍ଦେରବାଲ, ହଜରତବାଲ, ଖାନିଆର, ହବକାଦାଲ, ଲାଲଚୌକ, ଚନ୍ନପୋରା, ଜାଦିବାଲ, ଇଦଗା, ସେଣ୍ଟ୍ରାଲ ସଲତେଙ୍ଗ, ବୁଦୁଗାଁ, ବିରଓ୍ବା, ଖାଁସାହିବ, ଚରାର-ଇ-ସରିଫ, ଘୋଦୋରା, ଗୁଲାବଗଡ଼, ରିଆସି, ଶ୍ରୀମାତା ବୈଷ୍ଣୋଦେବୀ, କାଲାକୋଟ-ସୁନ୍ଦରବଣୀ, ନୌସେରା, ରଜୌରୀ, ବୁଧାଲ, ଥାନାମଣ୍ଡି, ସୁରନକୋଟ, ପୁଞ୍ଚ ହାବେଳୀ, ମେନ୍ଧାର ଆସନରେ ସରିଛଇ ଭୋଟିଂ।

ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଥିଲେ। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଭାଗ୍ଯ ପରୀକ୍ଷା କରୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଓମାର ଅବଦୁଲ୍ଲା,। ଜେକେପିସିସି ସଭାପତି ତାରିକ୍‌ ହମିଦ କାରା ଏବଂ ଭାଜପା ଜମ୍ମୁ-କଶ୍ମୀର ସଭାପତି ରବୀନ୍ଦ୍ର ରାଇନା। ଓମାର ଗଣ୍ଡେରବାଲ ଏବଂ ବଡ୍‌ଗାମ ଆସନରୁ ଲଢ଼ୁଥିବାବେଳେ କାରା କେନ୍ଦ୍ରୀୟ ଶାଲତେଙ୍ଗରୁ ଏବଂ ରାଇନା ରାଜୌରୀ ଜିଲାର ନାଓଶେରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜେଲରେ ଥିବା ବିଚ୍ଛିନ୍ନତାବାଦୀ ନେତା ସର୍ଜନ ଅହମଦ ଓ୍ବାଗି ଓରଫ ବର୍‌କତି ଦୁଇଟି ଆସନ ବୀରଓ୍ବା ଏବଂ ଗଣ୍ଡେରବାଲରୁ ଲଢ଼ୁଛନ୍ତି। ରଶିଦ ଇଞ୍ଜିନିୟର ଭାବେ ଜଣାଶୁଣା ଶେଖ୍‌ ଅବଦୁଲ ରଶିଦ ତିହାର ଜେଲରେ ଥାଇ ଲୋକ ସଭା ନିର୍ବାଚନରେ ବାରମୁଲ୍ଲା ଆସନରୁ ଲଢ଼ିଥିଲେ। ସେ ଓମାରଙ୍କୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

Leave A Reply

Your email address will not be published.