ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଜମ୍ମୁ-କାଶ୍ମୀରରେ ଆଜି ସରିଛି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଯାଇଛି। ସକାଳଠୁ କଡ଼ା ସୁରକ୍ଷାରେ ଚାଲିଥିଲା ଭୋଟିଂ। ୨୬ ବିଧାନସଭା ଆସନରେ ଚାଲିଥିଲା ଭୋଟିଂ। ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରିଛନ୍ତି ମତଦାନ। ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତ ଦାତା। ୬ ଜିଲ୍ଲାରେ ୨୫ ଲକ୍ଷ ଭୋଟର ମତଦାନ କରିଛନ୍ତି।

କଙ୍ଗାନ, ଗନ୍ଦେରବାଲ, ହଜରତବାଲ, ଖାନିଆର, ହବକାଦାଲ, ଲାଲଚୌକ, ଚନ୍ନପୋରା, ଜାଦିବାଲ, ଇଦଗା, ସେଣ୍ଟ୍ରାଲ ସଲତେଙ୍ଗ, ବୁଦୁଗାଁ, ବିରଓ୍ବା, ଖାଁସାହିବ, ଚରାର-ଇ-ସରିଫ, ଘୋଦୋରା, ଗୁଲାବଗଡ଼, ରିଆସି, ଶ୍ରୀମାତା ବୈଷ୍ଣୋଦେବୀ, କାଲାକୋଟ-ସୁନ୍ଦରବଣୀ, ନୌସେରା, ରଜୌରୀ, ବୁଧାଲ, ଥାନାମଣ୍ଡି, ସୁରନକୋଟ, ପୁଞ୍ଚ ହାବେଳୀ, ମେନ୍ଧାର ଆସନରେ ସରିଛଇ ଭୋଟିଂ।

ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଥିଲେ। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଭାଗ୍ଯ ପରୀକ୍ଷା କରୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଓମାର ଅବଦୁଲ୍ଲା,। ଜେକେପିସିସି ସଭାପତି ତାରିକ୍‌ ହମିଦ କାରା ଏବଂ ଭାଜପା ଜମ୍ମୁ-କଶ୍ମୀର ସଭାପତି ରବୀନ୍ଦ୍ର ରାଇନା। ଓମାର ଗଣ୍ଡେରବାଲ ଏବଂ ବଡ୍‌ଗାମ ଆସନରୁ ଲଢ଼ୁଥିବାବେଳେ କାରା କେନ୍ଦ୍ରୀୟ ଶାଲତେଙ୍ଗରୁ ଏବଂ ରାଇନା ରାଜୌରୀ ଜିଲାର ନାଓଶେରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜେଲରେ ଥିବା ବିଚ୍ଛିନ୍ନତାବାଦୀ ନେତା ସର୍ଜନ ଅହମଦ ଓ୍ବାଗି ଓରଫ ବର୍‌କତି ଦୁଇଟି ଆସନ ବୀରଓ୍ବା ଏବଂ ଗଣ୍ଡେରବାଲରୁ ଲଢ଼ୁଛନ୍ତି। ରଶିଦ ଇଞ୍ଜିନିୟର ଭାବେ ଜଣାଶୁଣା ଶେଖ୍‌ ଅବଦୁଲ ରଶିଦ ତିହାର ଜେଲରେ ଥାଇ ଲୋକ ସଭା ନିର୍ବାଚନରେ ବାରମୁଲ୍ଲା ଆସନରୁ ଲଢ଼ିଥିଲେ। ସେ ଓମାରଙ୍କୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

Leave A Reply

Your email address will not be published.