ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଚିତ୍ରକୋଣ୍ଡାରୁ ୧ ଟନ୍ କଇଁଛ ଜବତ, ୨ ଗିରଫ

0

ମାଲକାନଗିରି: ମାଲକାନଗିରି ଜିଲ୍ଲାରୁ ବିପୁଳ ମାତ୍ରାରେ କଇଁଛ ଜବତ ହୋଇଛି। ଆଜି ଚିତ୍ରକୋଣ୍ଡା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧ ଟନ୍ କଇଁଛ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି।

ଚିତ୍ରକୋଣ୍ଡା ବନବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଜବତ କଇଁଛ ଗୁଡିକ ଏକ ଭ୍ୟାନ୍‌ ଯୋଗେ ଆନ୍ଧ୍ରପ୍ରଦେଶର ନରସିଂହପାଟଣାରୁ ମାଲକାନଗିରିର କାଲିମେଳା ଓ ଏମ୍‌ଭି୭୯କୁ ଚାଲାଣ ହେଉଥିଲା। ଖବରପାଇ ଚିତ୍ରକୋଣ୍ଡା ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଆଜି ଚିତ୍ରକୋଣ୍ଡା ସୀମାନ୍ତ ରାଜୁଲକୋଣ୍ଡା ଠାରେ ଏହି କଇଁଛ ବୋଝେଇ ଗାଡ଼ିଟିକୁ ରୋକି ଯାଞ୍ଚ କଲାବେଳେ ଏହି ସବୁ କଇଁଛ ଗୁଡିକୁ ଜବତ କରିଛି। କଇଁଛ ଗୁଡିକୁ ଗାଡିରେ ସୋଲ ପେଟିରେ ଭର୍ତ୍ତି ହୋଇ ୩୫ଟି ଅଖାରେ ରଖାଯାଇଥିଲା। ଚିତ୍ରକୋଣ୍ଡା ବନାଞ୍ଚଳ କଇଁଛ ଗୁଡ଼ିକୁ ଜବତ କରାଯିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ଅଛି ସେନେଇ ଅଧିକ ତଦନ୍ତ କରାଯାଉଛି।

Leave A Reply

Your email address will not be published.