ପ୍ରମୁଖ ଖବର

ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା; ୫୮ ଲକ୍ଷ ଲୋକଙ୍କୁ ନୋଟିସ୍
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କୁଆରମୁଣ୍ଡ ଆର୍‌ଆଇ
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂଲିଶ ବନାନ ବାଧ୍ୟତାମୂଳକ, ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ବର୍ଷା ସହ ବଢ଼ୁଛି ଡେଙ୍ଗୁ ଚିନ୍ତା: ରାଜ୍ୟରେ ୨୬୦ ଆକ୍ରାନ୍ତ
ସେପ୍ଟେମ୍ବର ୧ରୁ ପଶ୍ଚିମବଙ୍ଗରେ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ
ପ୍ରବଳ ବର୍ଷା ଆଶଙ୍କା: ଅମରନାଥ, ବୈଷ୍ଣୋଦେବୀ ଓ ଶିବ ଖୋରୀ ଯାତ୍ରା ସାମୟିକ ଭାବେ ସ୍ଥଗିତ
୨୦%ରୁ ଅଧିକ ଇଥାନଲ୍ ମିଶ୍ରଣ ନେଇ ହୋଇନାହିଁ ନିଷ୍ପତ୍ତି : କେନ୍ଦ୍ର ସରକାର
କର୍ଣ୍ଣାଟକର ବେଙ୍ଗାଲୁରୁ ସୁଟକେସ୍‌ ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର

ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ଘଟଣାରେ ଜଣେ ପାଳିଆ ସେବକ ସହ ୩ ସୁପକାର ନିଲମ୍ବିତ

0

ପୁରୀ: ଶ୍ରୀମନ୍ଦିରରେ ଲୁହା କଡେଇରେ ରୋଷେଇ ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହି ଘଟଣାରେ ଜଣେ ପାଳିଆ ସେବକଙ୍କୁ ନିଲମ୍ବନ କରଯାଇଛି। ଏଥିସହିତ ୩ ଜଣ ସୁପକାରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି। ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି ଏନେଇ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ମହାପ୍ରଭୁଙ୍କ ସେବାରେ ପରମ୍ପରା ବାହାରେ କାର୍ଯ୍ୟ ଏବଂ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବହୁ ବର୍ଷର ପରମ୍ପରା ଭାଙ୍ଗି ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ହେଇଥିବା ଘଟଣା ସାମ୍ନାକୁ ଆସିଥିଲା। କରୋନା ସମୟରେ କୁଡୁଆ ଅଭାବ ଯୋଗୁଁ କିଛି ସୁଆର ମହାସୁଆର ସେବକ ଲୁହା କଡେଇରେ ଅନ୍ନ ମହାପ୍ରସାଦ ରନ୍ଧନ କରୁଥିଲେ। କରୋନା ପରଠାରୁ ପ୍ରାୟ ୫ ବର୍ଷ ହେବ ଏହି ଅନିୟମିତତା ଶ୍ରୀମନ୍ଦିରରେ ଚାଲିଆସୁଥିଲା। ଯାହାକୁ ନେଇ ନିଯୋଗର ଜଣେ କର୍ମକର୍ତ୍ତା ସୂଚନା ଦେବା ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେପଟେ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଗତ ମାସରେ ସୁଆର ମହାସୁଆର ନିଯୋଗ ପକ୍ଷରୁ କିଛି ସୁଆର ସେବକଙ୍କୁ ନୋଟିସ୍ ମଧ୍ୟ କରାଯାଇଥିଲା । ଗତ ମାସ ୧୩ ତାରିଖରେ ୭ ଦିନ ଭିତରେ ରିପୋର୍ଟ ମାଗିଥିଲେ ମୁଖ୍ୟ ପ୍ରଶାସକ। ସେପଟେ ମାଟି ହାଣ୍ଡି ନମିଳିବାରୁ କେତେକ ସୁଆର ସେବକ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସଫେଇ ଦେଇଥିଲେ । ଯାହା ଉପରେ ଆଜି କଡା ଆକ୍ସନ ନିଆ ହୋଇଛି।

ମହାପ୍ରଭୁଙ୍କ ସେବାପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି। ଲୁହା କଡେଇରେ ମହାପ୍ରସାଦ ରନ୍ଧନ ନେଇ ବିବାଦ ସୃଷ୍ଟି ହୋଇଛି। ପରମ୍ପରା ବିରୋଧ ନେଇ ଅଭିଯୋଗ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.