ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ଘଟଣାରେ ଜଣେ ପାଳିଆ ସେବକ ସହ ୩ ସୁପକାର ନିଲମ୍ବିତ

0

ପୁରୀ: ଶ୍ରୀମନ୍ଦିରରେ ଲୁହା କଡେଇରେ ରୋଷେଇ ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହି ଘଟଣାରେ ଜଣେ ପାଳିଆ ସେବକଙ୍କୁ ନିଲମ୍ବନ କରଯାଇଛି। ଏଥିସହିତ ୩ ଜଣ ସୁପକାରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି। ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି ଏନେଇ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ମହାପ୍ରଭୁଙ୍କ ସେବାରେ ପରମ୍ପରା ବାହାରେ କାର୍ଯ୍ୟ ଏବଂ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବହୁ ବର୍ଷର ପରମ୍ପରା ଭାଙ୍ଗି ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ହେଇଥିବା ଘଟଣା ସାମ୍ନାକୁ ଆସିଥିଲା। କରୋନା ସମୟରେ କୁଡୁଆ ଅଭାବ ଯୋଗୁଁ କିଛି ସୁଆର ମହାସୁଆର ସେବକ ଲୁହା କଡେଇରେ ଅନ୍ନ ମହାପ୍ରସାଦ ରନ୍ଧନ କରୁଥିଲେ। କରୋନା ପରଠାରୁ ପ୍ରାୟ ୫ ବର୍ଷ ହେବ ଏହି ଅନିୟମିତତା ଶ୍ରୀମନ୍ଦିରରେ ଚାଲିଆସୁଥିଲା। ଯାହାକୁ ନେଇ ନିଯୋଗର ଜଣେ କର୍ମକର୍ତ୍ତା ସୂଚନା ଦେବା ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେପଟେ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଗତ ମାସରେ ସୁଆର ମହାସୁଆର ନିଯୋଗ ପକ୍ଷରୁ କିଛି ସୁଆର ସେବକଙ୍କୁ ନୋଟିସ୍ ମଧ୍ୟ କରାଯାଇଥିଲା । ଗତ ମାସ ୧୩ ତାରିଖରେ ୭ ଦିନ ଭିତରେ ରିପୋର୍ଟ ମାଗିଥିଲେ ମୁଖ୍ୟ ପ୍ରଶାସକ। ସେପଟେ ମାଟି ହାଣ୍ଡି ନମିଳିବାରୁ କେତେକ ସୁଆର ସେବକ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସଫେଇ ଦେଇଥିଲେ । ଯାହା ଉପରେ ଆଜି କଡା ଆକ୍ସନ ନିଆ ହୋଇଛି।

ମହାପ୍ରଭୁଙ୍କ ସେବାପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି। ଲୁହା କଡେଇରେ ମହାପ୍ରସାଦ ରନ୍ଧନ ନେଇ ବିବାଦ ସୃଷ୍ଟି ହୋଇଛି। ପରମ୍ପରା ବିରୋଧ ନେଇ ଅଭିଯୋଗ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.