ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

0

ଭୁବନେଶ୍ୱର: ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର। ଆଇପିଏସ୍‌ ପ୍ରତୀକ ସିଂଙ୍କ ସ୍ଥାନ ନେଲେ ଡିସିପି ପିନାକ ମିଶ୍ର। ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର। ପୋଲିସ କମିଶନର ପିନାକ ମିଶ୍ରଙ୍କୁ କମିଶନରେଟ୍‌ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି।

ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ୨୫ ଜଣ ଆଇପିଏସ୍‌ ଅଫିସରଙ୍କୁ ଅବଦଳବଦଳ କରିଥିଲେ। ଭୁବନେଶ୍ୱରର ପୂର୍ବତନ ଡିସିପି ପ୍ରତୀକ ସିଂହଙ୍କୁ ବଦଳ କରାଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେପଟେ ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳର ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରୀରେ ସେ ପୁରୀ ଏସପି ଭାବେ କାର୍ଯ୍ୟ କରିବା ପରେ ଏବେ ଡିସିପି ଭୁବନେଶ୍ୱର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ପରେ ଡିସିପି ଭୁବନେଶ୍ୱରରେ ପୋଲିସିଂ ବ୍ୟବସ୍ଥାକୁ ସୁଧାର ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ସେପଟେ ଆଗକୁ ଦଶହରା ଥିବାବେଳେ ସହରର ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଉପରେ ଅଧିକ ଫୋକସ ରହିବ ବୋଲି କହିଛନ୍ତି ଡିସିପି।

୨୦୧୧ ବ୍ୟାଚ୍‌ରେ ଏହି ଆଇପିଏସ୍‌ ଅଫିସର ପିନାକ ମିଶ୍ର ବ୍ରହ୍ମପୁରରେ ଥିବା ବେଳେ ଏକାଧିକ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିଲେ। ଏହାପରେ କଟକ ଡିସିପି ଭାବେ ସେ ଦୀର୍ଘ ସମୟ କାମ କରିବା ପରେ ପୁରୀ ଏସ୍‌ପି ଭାବେ ବଦଳି ହୋଇଥିଲା। ପୂର୍ବରୁ ପିନାକ ମିଶ୍ର କଟକ ଡିସିପି ଭାବେ ୨୦୨୨ ମସିହା ମେରୁ ୨୦୨୪ ଜାନୁୟାରୀ ମାସ ପର୍ଯ୍ୟନ୍ତ କାମ କରିଥିଲେ।

Leave A Reply

Your email address will not be published.