ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

0

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ମୁମ୍ବାଇ: ମୁମ୍ବାଇର ଭିୱାନ୍ଦି ତାଲୁକ ନିକଟରେ ଥିବା ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁଲାଗି ପୋଡିଜଳି ପାଉଁଶ ହୋଇଯାଇଛି ବହୁ ମୂଲ୍ୟବାନ ସାମଗ୍ରୀ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛି।

ସୂଚନା ଅନୁସାରେ, ମୁମ୍ବାଇଠୁ ୪୦ କିଲୋମିଟର ଦୂର ଭିୱାନ୍ଦି ତାଲୁକ ନିକଟରେ ଥିବା ଏକ ଗୋଦାମରେ ନିଆଁ ଲାଗିଥିଲା। ଏହି ଗୋଦାମର ନାମ ଭି ଲଜିଷ୍ଟିକ ୱେୟାରହାଉସ୍। ଏଠାରେ ବିପୁଳ ପରିମାଣର ହାଇଡ୍ରୋଲିକ୍ ଅଏଲ, ଡ୍ରେସ୍, ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥ ଗଚ୍ଛିତ ହୋଇଥିଲା। ନିଆଁର ପରିମାଣ ଏତେ ଭୟଙ୍କର ଥିଲାଯେ ଚାହୁଁ ଚାହୁଁ ପୁରା ଗୋଦାମରେ ବ୍ୟାପିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲା। ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି ଅଗ୍ନିଶମବାହିନୀ।

ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନୀ ହୋଇନାହିଁ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।ଉକ୍ତ ଗୋଦାମରେ ବିପୁଳ ପରିମାଣର ହାଇଡ୍ରୋଲିକ୍ ଅଏଲ, ଡ୍ରେସ୍, ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥ ଗଚ୍ଛିତ ହୋଇଥିଲା।

Leave A Reply

Your email address will not be published.