ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

0

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ମୁମ୍ବାଇ: ମୁମ୍ବାଇର ଭିୱାନ୍ଦି ତାଲୁକ ନିକଟରେ ଥିବା ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁଲାଗି ପୋଡିଜଳି ପାଉଁଶ ହୋଇଯାଇଛି ବହୁ ମୂଲ୍ୟବାନ ସାମଗ୍ରୀ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛି।

ସୂଚନା ଅନୁସାରେ, ମୁମ୍ବାଇଠୁ ୪୦ କିଲୋମିଟର ଦୂର ଭିୱାନ୍ଦି ତାଲୁକ ନିକଟରେ ଥିବା ଏକ ଗୋଦାମରେ ନିଆଁ ଲାଗିଥିଲା। ଏହି ଗୋଦାମର ନାମ ଭି ଲଜିଷ୍ଟିକ ୱେୟାରହାଉସ୍। ଏଠାରେ ବିପୁଳ ପରିମାଣର ହାଇଡ୍ରୋଲିକ୍ ଅଏଲ, ଡ୍ରେସ୍, ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥ ଗଚ୍ଛିତ ହୋଇଥିଲା। ନିଆଁର ପରିମାଣ ଏତେ ଭୟଙ୍କର ଥିଲାଯେ ଚାହୁଁ ଚାହୁଁ ପୁରା ଗୋଦାମରେ ବ୍ୟାପିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲା। ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି ଅଗ୍ନିଶମବାହିନୀ।

ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନୀ ହୋଇନାହିଁ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।ଉକ୍ତ ଗୋଦାମରେ ବିପୁଳ ପରିମାଣର ହାଇଡ୍ରୋଲିକ୍ ଅଏଲ, ଡ୍ରେସ୍, ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥ ଗଚ୍ଛିତ ହୋଇଥିଲା।

Leave A Reply

Your email address will not be published.