ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଅଭିଯୋଗ ପରେ ବଦଳିଲା ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ

0

ଜଗତସିଂହପୁର: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର ପାଇଁ ନୂଆ ଘିଅ ଆସିଛି। ଓମ୍ଫେଡ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଛି।

ସୂଚନାଯୋଗ୍ୟ, ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍‌ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲା। ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନେଇଥିଲା।

ନିମ୍ନମାନର ଘିଅ ବ୍ୟବହାର ହେଉଥିବା ବଡ଼ପଣ୍ଡା ଅଭିଯୋଗ କରିଥିଲେ। ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ତିରୁପତି ଭେଙ୍କଟେଶ୍ବର ବାଲାଜୀ ମନ୍ଦିରର ଲଡୁ ଭୋଗରେ ପଶୁଚର୍ବି ଓ ଅପମିଶ୍ରିତ ଘିଅ ମିଶିବା ଘଟଣା ପରେ ଚାରିଆଡ଼େ ଛନକା ପଶିଛି। ଏ ନେଇ ପ୍ରଶାସନ ତତ୍ପର ହୋଇଉଠିଥିଲା।

Leave A Reply

Your email address will not be published.