ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଖସିଲା ବରଯାତ୍ରୀ ବସ୍, ୩୦ ମୃତ

0

୨୦୦ ଫୁଟ୍ ଖାଇକୁ ଖସିଲା ବରଯାତ୍ରୀ ବସ୍
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ପୌଡୀ ଜିଲ୍ଲାର ଏକ ଗଭୀର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବିବାହ ପାଇଁ ବରଯାତ୍ରୀ ଗାଡି ହରିଦ୍ୱାରର ଲାଲଡହଙ୍ଗରୁ ପୌଡୀ ଜିଲ୍ଲାର ବିରୋନଖଲ ଗ୍ରାମକୁ ଯାଉଥିଲା। ରାତି ପ୍ରାୟ ୮ଟା ସମୟରେ କୌଣସି କାରଣବଶତଃ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡି ୨୦୦ ଫୁଟ୍ ଗଭୀର ଖାଲକୁ ଖସିପଡିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୫୦ରୁ ୫୫ ଜଣ ବରଯାତ୍ରୀ ରହିଥିଲେ।କନ୍ୟା ଘରଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଏହି ଦୁର୍ଘଟଣା ଖବର ମିଳିବା ପରେ ଉତ୍ତରାଖଣ୍ଡ ବାଚସ୍ପତି ରିତୁ ଖଣ୍ଡୁରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ସେ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିଛନ୍ତି। ତେବେ ଉତ୍ତରାଖଣ୍ଡ ପୋଲିସ ଏବଂ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.