ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ

0

ଭୁବନେଶ୍ବର: ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ। ବନ୍ଦ ହେବନି ବସ୍ ଚଳାଚଳ। ଧର୍ମଘଟରୁ ଓହରିଲେ ବସ୍ ମାଲିକ ସଂଘ। ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଆଶ୍ବାସନା ପାଇବା ବରେ ଧର୍ମଘଟ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ବସ୍ ମାଲିକ ସଂଘ। ତେବେ ଆଜି ସଂଧ୍ୟା ୭ଟାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ବନ୍ଦ ଡାକରା ଦେଇଥିଲେ ବସ୍ ମାଲିକ ସଂଘ।

ତେବେ ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ। ଆଜି ସଂଧ୍ୟା ୭ ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଥିଲେ ସଂଘର ସଦସ୍ୟ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ଲକ୍ଷ୍ମୀ ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା। ପୂର୍ବରୁ ବିରୋଧ ପରେ ଏହାର ଚଳାଚଳ ବନ୍ଦ ମଧ୍ୟ ହୋଇଥିଲା। ହେଲେ ଏବେ ନୂଆ ସରକାର ଆସିବା ପରେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ଏହି ବସ୍ ସବୁ ଚଳାଚଳ କରେ, ତେବେ ଏଥିରେ ସେମାନଙ୍କର ଅନେକ କ୍ଷତି ସହିବେ। ଏହା ଉପରେ ରାଜ୍ୟ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରି ଆନ୍ଦୋଳନର ଧମକ ଦେଇଥିଲେ।

ଆଜିଠୁ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳରେ ବସ୍ ଚଳାଚଳ ଟପ୍ ନେଇ ବସ୍ ମାଲିକଙ୍କ ଡାକରା ପରେ ଆଜି ପରିବହନ ମନ୍ତ୍ରୀ ବିଭୂତି ଜେନା ବସ୍ ମାଲିକ ସଂଘଙ୍କ ସହି ନିଜ ବାସଭବନରେ ଏକ ବୈଠକ କରିଥିଲେ। ମନ୍ତ୍ରୀଙ୍କ ସହ ଆଲୋଚନାରେ ଆଶ୍ବସ୍ତି ମିଳିବା ପରେ ଧର୍ମଘଟ ପ୍ରତ୍ୟାହୃତ କରିଛନ୍ତି ବସ୍ ମାଲିକ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ସ୍ବାଭାବିକ ରହିବ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.