ପ୍ରମୁଖ ଖବର

ଆଜି ସଂସଦରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମଧ୍ୟବିତ୍ତଙ୍କୁ ବଡ ଆଶ୍ଵସ୍ତି : ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ
କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ
ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ମୋଦୀ ସରକାର ଖୁବଶୀଘ୍ର ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ, ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ
ଟ୍ୟାକ୍ସ ଛାଡ ଘୋଷଣା ପରେ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଇଏଏସ୍ ସତ୍ୟବ୍ରତ ରାଉତ ବିଧାନସଭାର ନୂଆ ସଚିବ
ସୁରକ୍ଷାକର୍ମୀଙ୍କୁ ଏନକାଉଣ୍ଟରରେ ୮ନକ୍ସଲ ନିପାତ
ଜୀବିକା ମିଶନ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଵା ଦାବିରେ ” ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ” ପକ୍ଷରୁ ବିଶାଳ ବିକ୍ଷୋଭ
ଦାବି ପୂରଣ ପାଇଁ ୧୩ଫେଵୃଆରୀରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣା।
ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ

0

ଭୁବନେଶ୍ବର: ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ। ବନ୍ଦ ହେବନି ବସ୍ ଚଳାଚଳ। ଧର୍ମଘଟରୁ ଓହରିଲେ ବସ୍ ମାଲିକ ସଂଘ। ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଆଶ୍ବାସନା ପାଇବା ବରେ ଧର୍ମଘଟ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ବସ୍ ମାଲିକ ସଂଘ। ତେବେ ଆଜି ସଂଧ୍ୟା ୭ଟାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ବନ୍ଦ ଡାକରା ଦେଇଥିଲେ ବସ୍ ମାଲିକ ସଂଘ।

ତେବେ ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ। ଆଜି ସଂଧ୍ୟା ୭ ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଥିଲେ ସଂଘର ସଦସ୍ୟ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ଲକ୍ଷ୍ମୀ ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା। ପୂର୍ବରୁ ବିରୋଧ ପରେ ଏହାର ଚଳାଚଳ ବନ୍ଦ ମଧ୍ୟ ହୋଇଥିଲା। ହେଲେ ଏବେ ନୂଆ ସରକାର ଆସିବା ପରେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ଏହି ବସ୍ ସବୁ ଚଳାଚଳ କରେ, ତେବେ ଏଥିରେ ସେମାନଙ୍କର ଅନେକ କ୍ଷତି ସହିବେ। ଏହା ଉପରେ ରାଜ୍ୟ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରି ଆନ୍ଦୋଳନର ଧମକ ଦେଇଥିଲେ।

ଆଜିଠୁ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳରେ ବସ୍ ଚଳାଚଳ ଟପ୍ ନେଇ ବସ୍ ମାଲିକଙ୍କ ଡାକରା ପରେ ଆଜି ପରିବହନ ମନ୍ତ୍ରୀ ବିଭୂତି ଜେନା ବସ୍ ମାଲିକ ସଂଘଙ୍କ ସହି ନିଜ ବାସଭବନରେ ଏକ ବୈଠକ କରିଥିଲେ। ମନ୍ତ୍ରୀଙ୍କ ସହ ଆଲୋଚନାରେ ଆଶ୍ବସ୍ତି ମିଳିବା ପରେ ଧର୍ମଘଟ ପ୍ରତ୍ୟାହୃତ କରିଛନ୍ତି ବସ୍ ମାଲିକ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ସ୍ବାଭାବିକ ରହିବ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.