ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ଆଜି ଆସିବା ସୁଭଦ୍ରାର ପରୀକ୍ଷାମୂଳକ ୧ ଟଙ୍କା

0

ଭୁବନେଶ୍ବର: ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆଜି ଆସିବା ୧ଟଙ୍କା। ପୁଣି ଆସିବ ସୁଭଦ୍ରା କିସ୍ତି । ‘ସୁଭଦ୍ରା’ର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟର ଆଜି ଆସିବ ୧ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟର ଟଙ୍କା ଦିଆଯିବ । ଏହାକୁ ନେଇ ଆଜି ସୁଦ୍ଧା ପାଖାପାଖି ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହିତ ଆଜି ସୁଦ୍ଧା ୩୨ ଲକ୍ଷ ଏମପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି ।

ତେବେ କହିରଖୁଛୁ, ତେବେ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଓଡିଶାରେ ସୁଭଦ୍ରା ସହାୟତା ଆରମ୍ଭ ହୋଇଥିଲା । ଯେଉଁଥିରେ ପାଖାପାଖି ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ଭାବେ ୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି । ଆସନ୍ତା ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିପାଇଁ ବାରିପଦାରେ ସଭା ଆୟୋଜିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ଏହି ଟଙ୍କା ପ୍ରଦାନ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ମହିଳା ସାମିଲ ହେବେ । ଅକ୍ଟୋବର ୭ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ମହିଳାମାନେ ଏହି ଯୋଜନାରେ ସାମିଲ ହେବେ । ତେବେ ମାର୍ଚ୍ଚ ୮ ଯାଏଁ ସୁଭଦ୍ରା ଆବେଦନ ପାଇଁ ସମୟ ସୀମା ରହିଛି ।

Leave A Reply

Your email address will not be published.