ପାରାଦୀପ: ପାରାଦୀପ ବନ୍ଦରର ଏମପିବି ବର୍ଥରେ ଅଘଟଣ। ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଛିଡି ପଡିଛି। ଫଳରେ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବୋଥ୍ରା ସିପିଙ୍ଗ କମ୍ପାନୀର କ୍ରେନଟି ଏକ ବିଦେଶୀ ଜାହାଜ ‘ଏମଭି ଆମସୀ ମ୍ୟାକ୍ସିମସ’ରୁ ଚୂନପଥର ଅନଲୋଡିଂ କରୁଥିଲା।ଏହି ସମୟରେ କ୍ରେନର ବୁମ୍ ଗ୍ରାଫଟି ଭାଙ୍ଗି ଯାଇଥିଲା। ଏହି ଅଘଟଣରେ କ୍ରେନ ଅପରେଟର ଆହତ ହୋଇଥିଲେ। ଏଥିସହ ବୁମ୍ ଗ୍ରାଫ୍ ଭାଙ୍ଗି ଜାହାଜ ଉପରେ ପଡି ସମୁଦ୍ର ପାଣିକୁ ଖସି ପଡିଥିଲା।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ