ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଜୁଲାନା ଆସନରୁ ଜିତିଲେ ଭିନେଶ

0

ହରିୟାଣା: ବାଜି ମାରିଲେ ଭିନେଶ। କୁସ୍ତି ମୈଦାନ ପରେ ରାଜନୀତି ମୈଦାନରେ ବି ଭିନେଶଙ୍କୁ ମିଳିଛି ବଡ଼ ସଫଳତା। ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ମତଗଣନା ମଙ୍ଗଳବାର କରାଯାଉଛି। ରାଜ୍ୟର ଜିନ୍ଦ ଜିଲାର ହଟ୍‌ ସିଟ୍‌ ମଧ୍ୟରେ ରହିଥିବା ଜୁଲାନା ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଥିବା ବିବାଦୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍‌ ବିଜୟୀ ହୋଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ବି ଭାଜପା ପ୍ରାର୍ଥୀ ଯୋଗେଶ ବୈରାଗୀଙ୍କୁ ସେ ୬୦୦୦ ଭୋଟରେ ପରାଜିତ କରିଛନ୍ତି। ଏଥିସହ ଦଳ ୧୯ ବର୍ଷ ପରେ ପ୍ରଥମ ଥର ଲାଗି ଏହି ଆସନରେ ଜିତି ଇତିହାସ ରଚିଛି। ଶେଷଥର ଲାଗି ଦଳ ୨୦୦୫ରେ ଜିତିଥିଲା।

ଜିନ୍ଦ ଜିଲା ଅନ୍ତର୍ଗତ ୫ ବିଧାନସଭା ଆସନ ରହିଛି। ସମସ୍ତ ଆସନରେ ପ୍ରାୟ ୬୬.୦୨% ମତଦାନ ହୋଇଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହେବା ପରଠାରୁ ଭିନେଶ ପଛୁଆ ରହିଥିଲେ। ଅପରପକ୍ଷେ ମୋଟ ଆସନ କଥା ବିଚାରକୁ ନେଲେ ଏଯାବତ ଦଳକୁ ପଛରେ ପକାଇ ଭାଜପା ୪୬ ଆନରେ ଆଗୁଆ ରହିଆସୁଛି।

କହିରଖୁଛୁ, ଭିନେଶ ଏବଂ ବଜରଙ୍ଗ ପୁନିଆ WFI ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ପରେ ଅବସର ନେଇ ଭିନେଶ କଂଗ୍ରେସରେ ହଠାତ ଯୋଗ ଦେବା ପରେ ଦଳ ଜୁଲାନା ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିଲା।

Leave A Reply

Your email address will not be published.