ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟା

0

ମହାରାଷ୍ଟ୍ର: ପଞ୍ଚଭୂତରେ ବିଲୀନ ହୋଇଛି ରତନ ଟାଟାଙ୍କ ପାର୍ଥିବ ଶରୀର। ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ମୁମ୍ବାଇର ୱର୍ଲି ସ୍ମଶାନରେ କରାଯାଇଛି। ଟାଟା ସନ୍ସର ସମ୍ମାନିତ ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ବୁଧବାର ରାତିରେ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ମୃତଦେହକୁ ଶେଷ ଦର୍ଶନ ପାଇଁ ମୁମ୍ବାଇର ଏନସିପିଏ ଗ୍ରାଉଣ୍ଡରେ ଗୁରୁବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ରଖାଯାଇଥିଲା। ଯେଉଁଠାରେ ବହୁ ସଂଖ୍ୟକ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି।

ଶେଷ ଦର୍ଶନ ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ୱର୍ଲି ଅଭିମୁଖେ ନିଆଯାଇଥିଲା। ଏହି ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଲୋକେ ଛିଡା ହୋଇ ରତନଙ୍କୁ ଅନ୍ତିମ ବିଦାୟ ଦେଉଥିଲେ। ଏକଦା ମୁମ୍ବାଇରେ ଜନ୍ମିତ ଛୋଟୁ ଟାଟା କମ୍ପାନୀକୁ ଏକ ବୈଶ୍ଵିକ ବ୍ରାଣ୍ଡରେ ପରିଣତ କରିଥିଲେ।

ରତନଙ୍କ ଶେଷ ଯାତ୍ରାରେ ଦେଶର ପ୍ରମୁଖ ରାଜନୀତିଜ୍ଞ ତଥା ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନିଙ୍କ ପରି ଶିଳ୍ପପତି ଯୋଗ ଦେଇଥିଲେ। ରତନଙ୍କ ବିୟୋଗରେ ମହାରାଷ୍ଟ୍ର ସରକାର ଦିନିକିଆ ଶୋକ ଘୋଷଣା କରିଥିଲେ। ରତନ ତାଙ୍କର ସରଳ ଜୀବନଶୈଳୀ ଏବଂ ଉଦାର ମାନବିକତା ପାଇଁ ବିଶ୍ୱରେ ପରିଚିତ।

Leave A Reply

Your email address will not be published.