ପ୍ରମୁଖ ଖବର

ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର
ପିପିଲି: ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ୪ ଆହତ
ପୁରୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବିହାର: ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ କୁଡୁଆ

0

ପୁରୀ: ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ବଡ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭକ୍ତଙ୍କୁ ମାଗଣା ଅବଢ଼ା ଦେବାକୁ ବ୍ୟବସ୍ଥା କରାଯାଉଛି। ପ୍ରତିଦିନ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତ ଆସୁଥିବା ବେଳେ ସମସ୍ତଙ୍କୁ ମାଗଣା ମହାପ୍ରସାଦ ଦେବାକୁ ଚେଷ୍ଟା କରାଯାଉଛି। ମାଗଣା ମହାପ୍ରସାଦ କୁଡୁଆ ଯୋଗାଇଦେବା ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କ ଉପରେ କୌଣସି ଚାପ ନପକାଇ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.