ପ୍ରମୁଖ ଖବର

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବାଣ୍ଟିଲେ ଯୋଗୀ

ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା, ୨୭ରେ କଂସ ଚୟନ

0

ବରଗଡ: ଆସନ୍ତା ୨୦୨୭ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଜାନୁଆରୀ ୨୨ ତାରିଖରେ ଶେଷ ହେବ। ଏଥିପାଇଁ ଏବେ କଂସ ଚରିତ୍ରରେ ଅଭିନୟ କରିବାକୁ ଥିବା କଳାକାରଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। କଂସ ଭୂମିକା ପାଇଁ ଆବେଦନ ଅବଧି ଶେଷ ହୋଇଥିବାବେଳେ ମୋଟ ୪୪ ଜଣ କଳାକାର ଆବେଦନ କରିଛନ୍ତି। ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୧୦ଟାରୁ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ଭାଗ ନେବାକୁ ଆବେଦନକାରୀ କଳାକାରମାନଙ୍କୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ଏଥର ମନୋନୀତ ହେବାକୁ ଥିବା କଳାକାର ଦୁଇ ବର୍ଷ ପର୍ଯ୍ୟନ୍ତ କଂସ ଭୂମିକାରେ ଅଭିନୟ କରିବେ।

ଉଲ୍ଲେଖଯୋଗ୍ୟ, ଗତବର୍ଷ କଂସ ଭୂମିକା ପାଇଁ ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଚିଚିଣ୍ଡା ଗ୍ରାମର ସୁଶୀଲ କୁମାର ମେହେର ମନୋନୀତ ହୋଇଥିଲେ। ତାଙ୍କ ଅଭିନୟକୁ ନେଇ ବିଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। କେତେକ ସଂଗଠନ ତାଙ୍କୁ ବଦଳାଇବାକୁ ଦାବି କରିଥିବାବେଳେ ଅନ୍ୟ କିଛି ସଂଗଠନ ତାଙ୍କୁ ଅପରିବର୍ତ୍ତିତ ରଖିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏହି ବିବାଦ ମଧ୍ୟରେ ମାନସିକ ଚାପରେ ଥିବା ଦର୍ଶାଇ ମେହେର ଚଳିତ ବର୍ଷ ଅଭିନୟରୁ ଅବ୍ୟାହତି ନେବାକୁ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଲିଖିତ ଭାବେ ଜଣାଇଥିଲେ।

Leave A Reply

Your email address will not be published.