ପ୍ରମୁଖ ଖବର

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବାଣ୍ଟିଲେ ଯୋଗୀ

ଏନ୍‌ଏସ୍‌ଜି କମାଣ୍ଡୋ ହେଲେ ଓଡ଼ିଶାର ୩ ମହିଳା କନଷ୍ଟେବଳ

0

ଭୁବନେଶ୍ବର: ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି ରାଜ୍ୟର ତିନି ମହିଳା କନଷ୍ଟେବଳ। ଅନିଷା ସିଂହ, ପିଙ୍କି ସାହୁ ଓ ରାମେଶ୍ରୀ ହାଲଦା ଦେଶର ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି)ର କମାଣ୍ଡୋ ଭାବେ ଚୟନ ହୋଇଛନ୍ତି।

ଓଡ଼ିଶା ପୋଲିସର ଅନେକ ମହିଳା କନଷ୍ଟେବଳ ଏଥିପାଇଁ ଆବେଦନ କରିଥିବାବେଳେ ମାତ୍ର ୫ ଜଣ ଚୟନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନିଷା, ପିଙ୍କି ଓ ରାମେଶ୍ରୀ ମହିଳା କମାଣ୍ଡୋ କନଭର୍ସନ୍‌ କୋର୍ସ (ଏମ୍‌ସିସିସି) ସଫଳତାର ସହ ଶେଷ କରି ଏନ୍‌ଏସ୍‌ଜି କମାଣ୍ଡୋ ହେବାର ଗୌରବ ହାସଲ କରିଛନ୍ତି। କଠିନ ଚୟନ ପ୍ରକ୍ରିୟା ଓ ପ୍ରଶିକ୍ଷଣରେ ଉତ୍ତୀର୍ଣ୍ଣ ହୋଇ ସେମାନେ ନିଜର ଦକ୍ଷତା, ସାହସ ଓ ନିଷ୍ଠାର ପରିଚୟ ଦେଇଛନ୍ତି। ଏହି ସଫଳତାକୁ ନେଇ ଓଡ଼ିଶା ପୋଲିସ ମହଲରେ ଖୁସି ପ୍ରକାଶ ପାଇଛି। ରାଜ୍ୟ ପୋଲିସ ଡିଜି ବିନୟତୋଷ ମିଶ୍ର ତିନି ମହିଳା କମାଣ୍ଡୋଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତାର ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.