ପ୍ରମୁଖ ଖବର

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବାଣ୍ଟିଲେ ଯୋଗୀ

ପିଏମ୍‌ ସ୍ୱନିଧି ପୁରସ୍କାରରେ ଓଡ଼ିଶାକୁ ତୃତୀୟ ସ୍ଥାନ

0

ନୂଆଦିଲ୍ଲୀ: ପିଏମ୍‌ ସ୍ୱନିଧି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଓ ଦ୍ରୁତ ଅଗ୍ରଗତି ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ଓଡ଼ିଶା। ‘ବେଷ୍ଟ ପରଫର୍ମିଂ–ଫାଷ୍ଟେଷ୍ଟ ମୁଭର’ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରି ପିଏମ୍‌ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ ପାଇଛି। ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଓ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ ସିଂହ ପୁରସ୍କାର ଗ୍ରହଣ କରିଥିଲେ।

୨୦୨୫ ସେପ୍ଟେମ୍ବର ୧ରୁ ୨୦୨୬ ଅଗଷ୍ଟ ୩୧ ମଧ୍ୟରେ ଯୋଜନାର କାର୍ଯ୍ୟକାରିତାକୁ ଆଧାର କରି ଏହି ସମ୍ମାନ ଦିଆଯାଇଛି। ରାସ୍ତାକଡ଼ ବ୍ୟବସାୟୀଙ୍କୁ ବିନା ବନ୍ଧକରେ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ, ଡିଜିଟାଲ୍‌ କାରବାରକୁ ଉତ୍ସାହିତ କରିବା ଏବଂ ସେମାନଙ୍କ ପରିବାରକୁ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ଏହି ପୁରସ୍କାରରେ ସ୍ୱୀକୃତି ମିଳିଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହାକୁ ରାସ୍ତାକଡ଼ ବ୍ୟବସାୟୀଙ୍କ ପରିଶ୍ରମ ଓ ସଂଘର୍ଷର ସ୍ୱୀକୃତି ବୋଲି କହିଛନ୍ତି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ ସହରାଞ୍ଚଳ ସଂସ୍ଥା, ବ୍ୟାଙ୍କ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସକୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି। ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ଦେଶର ପ୍ରାୟ ୮୧ ଲକ୍ଷ ରାସ୍ତାକଡ଼ ବ୍ୟବସାୟୀଙ୍କୁ ୧.୨୧ କୋଟିରୁ ଅଧିକ ଋଣ ମଞ୍ଜୁର ହୋଇଛି। ଏହାର ମୋଟ ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କା ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.