ପ୍ରମୁଖ ଖବର

୨୦୨୯ ସୁଦ୍ଧା ଭାରତ-ଇଟାଲୀ ବାଣିଜ୍ୟ ୨୦ ବିଲିୟନ ୟୁରୋ ଲକ୍ଷ୍ୟ
ଭାରତର ପ୍ରଥମ ସ୍ୱଦେଶୀ ବାର୍ଡ ଫ୍ଲୁ ଟିକା ବିକଶିତ
ନଭେମ୍ବର ୧୯ରେ ଶିଳ୍ପ ସମ୍ମିଳନୀ ଉଦ୍‌ଘାଟନ କରିବେ ମୋଦୀ
ଜବଲପୁର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ପାର୍ସଲ ବଗିକୁ ବ୍ୟାପିଲା ନିଆଁ
ଉତ୍ତରପ୍ରଦେଶରେ ତୃତୀୟ ଥର ସରକାର ଗଠନ ନେଇ ଯୋଗୀଙ୍କ ଆଶା
ବିହାରରେ ସେନ୍‌କୋ ଗୋଲ୍ଡରୁ ୪୦ କୋଟିର ଅଳଙ୍କାର ଲୁଟ୍‌

୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବାଣ୍ଟିଲେ ଯୋଗୀ

0

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଏହି ଟାବ୍‌ଲେଟ୍‌ ପ୍ରଦାନ କରାଯାଇଛି। ଏଥିରେ ଗୋରଖପୁରର ୩୫ ହଜାର, ଦେଓରିଆ, କୁଶୀନଗର ଓ ମହାରାଜଗଞ୍ଜର ୫ ହଜାର ଲେଖାଏଁ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗୀ ପୂର୍ବ ସରକାର ଓ ସମାଜବାଦୀ ପାର୍ଟିକୁ ସମାଲୋଚନା କରିଥିଲେ। ୧୦ ବର୍ଷ ପୂର୍ବେ ଉତ୍ତରପ୍ରଦେଶର ଯୁବପିଢ଼ି ପରିଚୟ ସଙ୍କଟ, ବେକାରି ଓ ନିଯୁକ୍ତି କ୍ଷେତ୍ରରେ ଅନିଶ୍ଚିତତାର ସମ୍ମୁଖୀନ ହେଉଥିଲେ ବୋଲି ସେ କହିଥିଲେ। ଅନ୍ୟ ରାଜ୍ୟକୁ ଗଲେ ଉତ୍ତରପ୍ରଦେଶର ଯୁବକଙ୍କୁ ଘର ଭଡ଼ା କିମ୍ବା ରହିବା ପାଇଁ ସ୍ଥାନ ମିଳୁ ନଥିବା ସେ ଅଭିଯୋଗ କରିଥିଲେ।

ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ନକଲ ମାଫିଆଙ୍କ ପ୍ରଭାବ ରହିଥିବା ମଧ୍ୟ ଯୋଗୀ ଅଭିଯୋଗ କରିଥିଲେ। ଏଥିସହ ଦଙ୍ଗା, ଅପରାଧ, ଗୁଣ୍ଡାଗର୍ଦ୍ଦି ଓ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଘେରିଥିଲେ। ନିଜ ସରକାରଙ୍କ ସଫଳତା ବଖାଣି ଯୋଗୀ କହିଥିଲେ, ଗତ ସାଢ଼େ ୯ ବର୍ଷରେ ପ୍ରାୟ ୯.୫ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ମିଳିଛି। ଏବେ ନିଯୁକ୍ତିରେ ଟଙ୍କା କିମ୍ବା ସମ୍ପର୍କ ବଦଳରେ ଯୋଗ୍ୟତା ଓ ପ୍ରତିଭାକୁ ପ୍ରାଥମିକତା ଦିଆଯାଉଥିବା ସେ ଦାବି କରିଥିଲେ।

Leave A Reply

Your email address will not be published.