ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କ୍ୱିଣ୍ଟାଲ୍‌ରୁ ଅଧିକ ରୁପା ଅଳଙ୍କାର

0

ସମ୍ବଲପୁର: ଗଞ୍ଜେଇ ଖୋଜୁ ଖୋଜୁ କାର୍‌ର ସିକ୍ରେଟ୍‌ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲ୍‌ରୁ ଅଧିକ ରୁପା ଅଳଙ୍କାର। ସମ୍ବଲପୁର ରେଙ୍ଗାଲୀ ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ। ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଏକ କାର୍ ଭିତରୁ ଗଞ୍ଜେଇ ଖୋଜୁ ଖୋଜୁ ଏହି ରୁପା ଜବତ କରିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାଡଖଣ୍ଡକୁ ଯାଉଥିବା ଜଣାପଡ଼ିଛି।

ତେବେ ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ୍‌ ୱେ ର ମାଝିପାଲି ଟୋଲ୍‌ ଗେଟ୍‌ ନିକଟରେ ପାଟ୍ରୋଲିଂ ସମୟରେ ଗାଡି ଯାଞ୍ଚ କରୁଥିଲା । ଯାଞ୍ଚ ବେଳେ କାର୍‌ ସିଟ୍‌ରେ ସିକ୍ରେଟ୍‌ ଚ୍ୟାମ୍ୱର ହୋଇଥିବା ଦେଖିବାକୁ ପାଇଥିଲା ବିଭାଗ। ସେହି ଚ୍ୟାମ୍ୱରରେ ଗଞ୍ଜେଇ ଥିବା ଭାବି ଅବକାରୀ ବିଭାଗ ଖୋଲିଥିଲା। ହେଲେ ସେଥିରୁ ୧ କ୍ବିଣ୍ଟାଲ ୬୬ କେଜି ୪୦୯ ଗ୍ରାମ୍‌ ଓଜନର ରୁପା ଅଳଙ୍କାର ଥିବା ଦେଖିବାକୁ ମିଳିଥିଲା।

ଏହାପରେ ଅବକାରୀ ବିଭାଗ ଜିଏସଟି ବିଭାଗକୁ ଖବର ଦେଇଥିଲା। ଜିଏସ୍‌ଟି ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସିକ୍ରେଟ୍‌ ଚ୍ୟାମ୍ୱରରେ ଥିବା ରୁପା ଅଳଙ୍କାର ଜବତ କରିଥିଲା। ରୁପା ଅଳଙ୍କାରର ଆନୁସଙ୍ଗିକ କାଗଜ ଚାଲାଣକାରୀଙ୍କୁ ମାଗିଥିଲେ। ହେଲେ ସେମାନେ ସଠିକ୍ କାଗଜପତ୍ର ଦେଇନପାରିବାରୁ ଜିଏସଟି ପକ୍ଷରୁ ଅଳଙ୍କାର ସହ ଚୋରା ଚାଲାଣ ହେଉଥିବା ଗାଡିକୁ ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି।

Leave A Reply

Your email address will not be published.