ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କ୍ୱିଣ୍ଟାଲ୍‌ରୁ ଅଧିକ ରୁପା ଅଳଙ୍କାର

0

ସମ୍ବଲପୁର: ଗଞ୍ଜେଇ ଖୋଜୁ ଖୋଜୁ କାର୍‌ର ସିକ୍ରେଟ୍‌ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲ୍‌ରୁ ଅଧିକ ରୁପା ଅଳଙ୍କାର। ସମ୍ବଲପୁର ରେଙ୍ଗାଲୀ ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ। ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଏକ କାର୍ ଭିତରୁ ଗଞ୍ଜେଇ ଖୋଜୁ ଖୋଜୁ ଏହି ରୁପା ଜବତ କରିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାଡଖଣ୍ଡକୁ ଯାଉଥିବା ଜଣାପଡ଼ିଛି।

ତେବେ ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ୍‌ ୱେ ର ମାଝିପାଲି ଟୋଲ୍‌ ଗେଟ୍‌ ନିକଟରେ ପାଟ୍ରୋଲିଂ ସମୟରେ ଗାଡି ଯାଞ୍ଚ କରୁଥିଲା । ଯାଞ୍ଚ ବେଳେ କାର୍‌ ସିଟ୍‌ରେ ସିକ୍ରେଟ୍‌ ଚ୍ୟାମ୍ୱର ହୋଇଥିବା ଦେଖିବାକୁ ପାଇଥିଲା ବିଭାଗ। ସେହି ଚ୍ୟାମ୍ୱରରେ ଗଞ୍ଜେଇ ଥିବା ଭାବି ଅବକାରୀ ବିଭାଗ ଖୋଲିଥିଲା। ହେଲେ ସେଥିରୁ ୧ କ୍ବିଣ୍ଟାଲ ୬୬ କେଜି ୪୦୯ ଗ୍ରାମ୍‌ ଓଜନର ରୁପା ଅଳଙ୍କାର ଥିବା ଦେଖିବାକୁ ମିଳିଥିଲା।

ଏହାପରେ ଅବକାରୀ ବିଭାଗ ଜିଏସଟି ବିଭାଗକୁ ଖବର ଦେଇଥିଲା। ଜିଏସ୍‌ଟି ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସିକ୍ରେଟ୍‌ ଚ୍ୟାମ୍ୱରରେ ଥିବା ରୁପା ଅଳଙ୍କାର ଜବତ କରିଥିଲା। ରୁପା ଅଳଙ୍କାରର ଆନୁସଙ୍ଗିକ କାଗଜ ଚାଲାଣକାରୀଙ୍କୁ ମାଗିଥିଲେ। ହେଲେ ସେମାନେ ସଠିକ୍ କାଗଜପତ୍ର ଦେଇନପାରିବାରୁ ଜିଏସଟି ପକ୍ଷରୁ ଅଳଙ୍କାର ସହ ଚୋରା ଚାଲାଣ ହେଉଥିବା ଗାଡିକୁ ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି।

Leave A Reply

Your email address will not be published.