ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ

କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି

0

ନୂଆପଡ଼ା: ଖେଳ ସରିବାକୁ ଅଢ଼େଇ ମିନିଟ୍‌ ଥିଲା। ହେଲେ ତା’ ପୂର୍ବରୁ କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲାରେ। କେଇଟା ମୁହୁତ୍ତର୍ତ୍ତ ପରେ ବିଜୟ ସ୍ୱାଦ ଚାଖି ଥାଆନ୍ତେ ହେଲେ କବାଡି କୋର୍ଟରେ ଖେଳିଗଲା ଶୋକର ଛାୟା ।ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିଲା କବାଡି ମ୍ୟାଚ। ଏହି ସମୟରେ ଘଟିଛି ବଡ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ସମୟରେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି। ମୃତ ଖେଳାଳି ଜଣଙ୍କ ଛତିଶଗଡ ମହାସମୁନ୍ଦ ଜିଲ୍ଲା ଡୁଡୁମଚୁଆ ଗାଁର ଖଗେଶ୍ୱର ରାଠିଆ ବୋଲି ସୂଚନା ମିଳିଛି।

ଆଜି ସକାଳେ ମହାସମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟାପାରା ଏବଂ ନୂଆପଡା ଜିଲ୍ଲା ହାତୀସରା ଟିମ ମଧ୍ୟରେ ଫାଇନାଲ କବାଡି ପ୍ରତିଯୋଗିତା ଚାଲିଥିଲା। ମହାଶମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟିପରା ଟିମ ପକ୍ଷରୁ ଖେଳୁଥିଲେ ଖଗେଶ୍ୱର। ଖେଳ ସରିବାକୁ ଆଉ ଅଢ଼େଇ ମିନିଟ୍‌ ବାକିଥିଲା। ଶେଷ ପର୍ଯ୍ୟାୟରେ ଡୁଡୁମଚୁଆ ଟିମ୍‌ର ଧୂରନ୍ଦର ଖେଳାଳୀ ୨୬ ବର୍ଷୀୟ ଖଗେଶ୍ୱର ରାଠିଆ ରେଡ୍‌ କରିବାକୁ ଯାଇଥିଲେ। ହେଲେ ପ୍ରତିପକ୍ଷ ଟିମ୍‌ର ଡିଫେଣ୍ଡରମାନେ ତାଙ୍କୁ ଧରି ପକାଇଥିଲେ। ଯେଉଁଥିପାଇଁ ଖଗେଶ୍ୱର ରାଗି ଯାଇଥିଲେ। ରାଗ ତମ୍‌ତମ ହୋଇ ଖଗେଶ୍ୱର ନିଜ ପାର୍ଶ୍ୱକୁ ଫେରୁଥିବା ବେଳେ ତଳେ ପଡ଼ି ଯାଇଥିଲେ। ଆଉ ଉଠି ପାରି ନ ଥିଲେ। ସାଥୀ ଖେଳାଳୀ ଓ ଆୟୋଜକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ତରବୋଡ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.