ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା

0

ଭୁବନେଶ୍ବର; ଓଡିଶା ଲୋକସେବା ଆୟୋଗ (ଓପିଏସସି) ୨୦୨୩ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା କରିଛି। ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା ଆରମ୍ଭ ହେବ। ପାଞ୍ଚଟି ଜୋନ୍ ଯଥା, ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ କରାଯିବ।

ଓପିଏସସିର ଜାରି ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୨୭ରୁ ସକାଳ ୧୦ରୁ ୧୨ଟା ଜେନେରାଲ୍ ଷ୍ଟଡିଜ୍ ପେପର ୧ ହେବ। ସେହିପରି ଦ୍ୱିପ୍ରହର ୧ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ଜେନେରାଲ୍ ଷ୍ଟଡିଜ୍ ପେପର୨ ଅନୁଷ୍ଠିତ ହେବ। ଓପିଏସସି ବିଜ୍ଞପ୍ତି ଅନୁସାରେ ପିଡବ୍ଲୁଡି ବର୍ଗର ସମସ୍ତ ପ୍ରାର୍ଥୀଙ୍କୁ ଅତିରିକ୍ତ ୪୦ ମିନିଟର ସମୟ ମିଳିବ। ପରୀକ୍ଷା ହଲକୁ ଆଡମିଟ୍ କାର୍ଡ ସହ କୌଣସି ପ୍ରମାଣପତ୍ର ଆଣିବାକୁ ପଡିବ। ଓପିଏସସି ୱେବସାଇଟ୍ ରୁ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ।

Leave A Reply

Your email address will not be published.