ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ମହାରାଷ୍ଟ୍ର ସରକାର

0

ମହାରାଷ୍ଟ୍ର: ଆଉ ଦୁଇଟି ସପ୍ତାହ ପରେ ପାଳନ ହେବ ଦୀପାବଳି ପର୍ବ। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ରାଜ୍ୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି। ରାଜ୍ୟରେ ନଭେମ୍ବର ୨୦ ତାରିଖରେ ବିଧାନସଭା ନିର୍ବାଚନ ଘୋଷଣା କରିବାର କିଛି କ୍ଷଣ ପୂର୍ବରୁ ସରକାର ଏହି ବଡ଼ ଘୋଷଣା କରିଛନ୍ତି।

ରାଜ୍ୟ କର୍ମଚାରୀଙ୍କ ସହିତ ବିଏମସି (ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍) ମଧ୍ୟ କର୍ମଚାରୀମାନଙ୍କୁ ୨୯ ହଜାର ଟଙ୍କା ବୋନସ୍ ଘୋଷଣା କରିଛି। ଗତ ବର୍ଷ ତୁଳନାରେ ଏହା ତିନି ହଜାର ଟଙ୍କା ଅଧିକ। ଶିଶୁ ଉଦ୍ୟାନର ଶିକ୍ଷକ ଏବଂ ଆଶା କର୍ମଚାରୀମାନେ ମଧ୍ୟ ବୋନସ୍ ପାଇବେ। ତେବେ ମଙ୍ଗଳବାର ଭାରତର ନିର୍ବାଚନ ଆୟୋଗ ମହାରାଷ୍ଟ୍ର ନିର୍ବାଚନର ତାରିଖ ଘୋଷଣା କରିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟ୍ ନଭେମ୍ବର ୨୦ ରେ ଗୋଟିଏ ପର୍ୟ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ନଭେମ୍ବର ୨୩ ରେ ଘୋଷଣା କରାଯିବ।

Leave A Reply

Your email address will not be published.