ପ୍ରମୁଖ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
କଟକରେ ଗୁଳିକାଣ୍ଡ: ଯୁବକ ମୃତ୍ୟୁ

ବାଲ୍ୟ ବିବାହ ଉପରେ ଗାଇଡଲାଇନ ଜାରି କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ କହିଛନ୍ତି ଯେ କୌଣସି ବ୍ୟକ୍ତିଗତ ନିୟମ ଅନୁଯାୟୀ ପରମ୍ପରା ଦ୍ୱାରା ବାଲ୍ୟ ବିବାହ ପ୍ରତିବନ୍ଧକ ଆଇନ ବାଧାପ୍ରାପ୍ତ ହୋଇପାରିବ ନାହିଁ। ଏକ ଏନଜିଓ ଦ୍ୱାରା ଦାଖଲ କରାଯାଇଥିବା ଏକ ପିଟିସନରେ ଅଭିଯୋଗ ହୋଇଥିଲା ଯେ ରାଜ୍ୟ ସ୍ତରରେ ଶିଶୁ ବିବାହ ନିଷେଧ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ, ଯେଉଁଥିପାଇଁ ବାଲ୍ୟ ବିବାହ ମାମଲା ବଢ଼ିବାରେ ଲାଗିଛି।

ଏକ ଏନଜିଓ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଅଭିଯୋଗ ହୋଇଥିଲା ଯେ ରାଜ୍ୟ ସ୍ତରରେ ଶିଶୁ ବିବାହ ନିଷେଧ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ, ଯେଉଁଥିପାଇଁ ବାଲ୍ୟ ବିବାହ ମାମଲା ବଢ଼ିବାରେ ଲାଗିଛି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଭାରତରେ ବାଲ୍ୟ ବିବାହ ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

ବାଲ୍ୟ ବିବାହ ଉପରେ ଗାଇଡଲାଇନ୍‌ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ବାପା-ମା’ଙ୍କ ଦ୍ୱାରା ନିଜର ନାବାଳକ ପୁଅ-ଝିଅଙ୍କର ବିବାହ କରାଇବା ପାଇଁ ନିର୍ବନ୍ଧ କରିଦିଆ ଯାଏ। ଏଭଳି କରିବା ସେମାନଙ୍କ ଜୀବନ ସାଥୀ ବାଛିବା ପାଇଁ ଥିବା ସ୍ୱାଧୀନ ଇଚ୍ଛାଶକ୍ତିର ଉଲ୍ଲଂଘନ ଅଟେ।’ ଶୁଣାଣି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସହ କଥାବାର୍ତ୍ତା କରିବାକୁ କହିଛନ୍ତି ଏବଂ ବାଲ୍ୟ ବିବାହ ଉପରେ ନିଷେଧାଦେଶ ଲାଗୁ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ଜଣାଇବାକୁ କହିଛନ୍ତି।

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ, ଦଣ୍ଡ ଏବଂ ଦୋଷୀ ସାବ୍ୟସ୍ତ ହେବା ପରିବର୍ତ୍ତେ ନିଷେଧ ତଥା ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍। ଆମେ ଆଇନ ଏବଂ ସମାଜବିଜ୍ଞାନର ସମ୍ପୂର୍ଣ୍ଣ ପରିସରକୁ ଦେଖିଛୁ। ବାଲ୍ୟ ବିବାହ ନିଷେଧ ଆଇନର ସଠିକ୍ କାର୍ଯ୍ୟକାରିତା ପାଇଁ ଆମେ ବିଭିନ୍ନ ନିର୍ଦ୍ଦେଶ ଦେଇଛୁ। ଶିକ୍ଷାର ଅଭାବ ଏବଂ ଦାରିଦ୍ର୍ୟର ଶିକାର ହୋଇ ବଞ୍ଚିତ ବିଭାଗରୁ ଝିଅମାନଙ୍କୁ ପରାମର୍ଶ ଦେବା ପାଇଁ ସର୍ବୋତ୍ତମ ଉପାୟ। ବାଲ୍ୟ ବିବାହ ରୋକିବା ପାଇଁ ସବୁଠାରୁ ଭଲ ଉପାୟ ହେଲା ପଛୁଆ ବର୍ଗ, ଶିକ୍ଷାର ଅଭାବ ଓ ଗରିବ ଶ୍ରେଣୀର ଝିଅମାନଙ୍କର କାଉନସଲିଂ କରିବା। ଏକ ବୃହତ ସାମାଜିକ ଢ଼ାଞ୍ଚାରୁ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ସିଜେଆଇ କହିଛନ୍ତି।

Leave A Reply

Your email address will not be published.