ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପ୍ରକାଶ ପାଇଲା ଓଏଏସ୍‌ ରେଜଲ୍ଟ

0

ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର
କଟକ: ଆଜି ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍‌ ରେଜଲ୍ଟ। ଏଥିରେ ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍‌ ଟେନ୍‌ରେ ୫ ମହିଳା ଏବଂ ୫ ପୁରୁଷ ଅଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର ହୋଇଥିବାବେଳେ ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ୱିତୀୟ ଏବଂ ଦୀପ୍ତିରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ୪ର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ ରହିଥିବା ବେଳେ ୫ମ ସ୍ଥାନରେ ଆଜାଦ ସାହୁ, ୬ଷ୍ଠ ସ୍ଥାନରେ ଦୀପମ ରାଉତ, ୭ମ ସ୍ଥାନରେ ଦେବଦ୍ରତ ଗୌଡ଼,୮ମ ସ୍ଥାନରେ ଆଦିତ୍ୟ ଦୀପଙ୍କର ରାଉତ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ରହିଥିବା ବେଳେ ୧୦ମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି। ଏହାର ତାଲିକା ଓଡ଼ିଶା ଲୋକସେବା ଆୟୋଗର ଓ୍ବେବ୍‌ସାଇଟ୍‌ www.opsc.gov.inରେ ଉପଲବ୍ଧ।

ଉକ୍ତ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ, ଯଥା:- ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ। ଓଡ଼ିଶା ସିଭିଲ ସର୍ଭିସ, ୨୦୨୨ ପରୀକ୍ଷାର ବିଜ୍ଞାପନ ତା ୩୦.୧୨.୨୦୨୨ରେ ସମୁଦାୟ ୬୮୩ ( ୨୨୭- ମହିଳା) ପଦବୀ ପାଇଁ ପ୍ରକାଶିତ ହୋଇଥିଲା । ଏହି ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ (୩୪୭୧୨-ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଏହା ମଧ୍ୟରୁ ୪୦୫୮୬ (୧୪୮୫୨-ମହିଳା) ପ୍ରାର୍ଥୀ ତା-୧୫.୧୦.୨୦୨୩ରେ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ। ୮୨୨୦ (୨୭୩୦-ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଓଡିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷା, ୨୦୨୨ର ଲିଖିତ ପରୀକ୍ଷା ତା-୨୫.୦୨.୨୦୨୪ରୁ ତା ୦୩.୦୩.୨୦୨୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପରୀକ୍ଷାରେ ୬୬୩୯ (୨୩୩୭-ମହିଳା) ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ। ଏହା ମଧ୍ୟରୁ ୧୩୬୭ (୪୯୩-ମହିଳା) ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ଇଣ୍ଟରଭ୍ୟୁ ପରୀକ୍ଷା ପାଇଁ କଟକସ୍ଥିତ ଓଡ଼ଶା ଲୋକସେବା ଆୟୋଗର କାର୍ଯ୍ୟାଳୟରେ ତା ୧୦.୦୯.୨୦୨୪ ରିଖରୁ ତା ୦୭.୧୦.୨୦୨୪ ରିଖ ଅବଧି ମଧ୍ୟରେ ଡକାଯାଇଥିଲା।

ଟପ୍ପର ହୋଇଥିବା ଶ୍ୱେତାଶ୍ରୀ ମହାପାତ୍ରଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଲୁଙ୍ଗା ପଞ୍ଚାୟତ ଉରୁଣିଆ ଗାଁରେ। କିନ୍ତୁ ତାଙ୍କ ପରିବାର ଏବେ ଭଦ୍ରକ ସହର ସ୍ଥିତ ଅପର୍ତିବିନ୍ଧା ନ୍ୟୁ କଲୋନୀରେ ରହୁଛନ୍ତି। ଶ୍ୱେତାଶ୍ରୀଙ୍କ ବାପା ମୁକ୍ତିକାନ୍ତ ମହାପାତ୍ର ହେଉଛନ୍ତି ଜଣେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ। ମାଆ ଫେଜର ଗାର୍ଲସା ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ରହିଛନ୍ତି। ଶ୍ୱେତାଶ୍ରୀ ଦୁର୍ଗାପୁର ଏନଆଇଟିରେ ବି-ଟେକ ଏବଂ ଏମ-ଟେକ କରିଥିଲେ। ପରେ ସେଠାରେ ସେ ଚାକିରି କରୁଥିଲେ। ପରବର୍ତ୍ତୀ ସମୟରେ ସେ ଚାକିରି ଛାଡି ଓଏଏସ ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ।

Leave A Reply

Your email address will not be published.