ଗୁଜୁରାଟ: ଅସାଧାରଣ ସାହସିକତା ପାଇଁ ଫ୍ଲାଏଦୁବାଇ ବିମାନର ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ସମ୍ମାନିତ କରିବେ ଗୁଜରାଟ ସରକାର। ତାଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ ପ୍ରଦାନ ସହ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ସୋସିଆଲ ମିଡିଆ ‘ଏକ୍ସ’ରେ ସ୍ମିତ୍ଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସ୍ମିତ୍ଙ୍କ ସାହସ ଗୁଜରାଟ ସହ ଭାରତର ନାମକୁ ବିଶ୍ୱସ୍ତରରେ ଗୌରବାନ୍ୱିତ କରିଛି। ସ୍ମିତ୍ଙ୍କ ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରି ପ୍ରସିଦ୍ଧ ସୋମନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ‘ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ’ କରାଯାଇଛି। ସ୍ମିତ୍ଙ୍କ ପରିବାରର ମୂଳ ଗୁଜରାଟ ହୋଇଥିବା ବେଳେ ବର୍ତ୍ତମାନ ପରିବାର ମୁମ୍ବଇରେ ବସବାସ କରୁଛନ୍ତି।
ପ୍ରମୁଖ ଖବର
୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍ ମାର୍ଜିନ୍
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି