ଗୁଜୁରାଟ: ଅସାଧାରଣ ସାହସିକତା ପାଇଁ ଫ୍ଲାଏଦୁବାଇ ବିମାନର ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ସମ୍ମାନିତ କରିବେ ଗୁଜରାଟ ସରକାର। ତାଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ ପ୍ରଦାନ ସହ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ସୋସିଆଲ ମିଡିଆ ‘ଏକ୍ସ’ରେ ସ୍ମିତ୍ଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସ୍ମିତ୍ଙ୍କ ସାହସ ଗୁଜରାଟ ସହ ଭାରତର ନାମକୁ ବିଶ୍ୱସ୍ତରରେ ଗୌରବାନ୍ୱିତ କରିଛି। ସ୍ମିତ୍ଙ୍କ ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରି ପ୍ରସିଦ୍ଧ ସୋମନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ‘ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ’ କରାଯାଇଛି। ସ୍ମିତ୍ଙ୍କ ପରିବାରର ମୂଳ ଗୁଜରାଟ ହୋଇଥିବା ବେଳେ ବର୍ତ୍ତମାନ ପରିବାର ମୁମ୍ବଇରେ ବସବାସ କରୁଛନ୍ତି।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ