ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

0

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି। ରାଜ୍ୟରେ ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୯୯ ଜଣଙ୍କୁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଯାଇଛି।
ଏହି ତାଲିକାରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେଙ୍କ ନାଁ ମଧ୍ୟ ରହିଛି। ସେହିପରି ରାମ କଦମ, ଶ୍ୱେତା ମାହାଲେ ପାଟିଲ, ଶ୍ରୀଜୟା ଅଶୋକ ଚୌହାନ ଓ ନୀତୀଶ ରାଣେଙ୍କ ଭଳି ଅଗଧାଡ଼ିର ନେତାମାନଙ୍କ ନାମ ମଧ୍ୟ ଏଥିରେ ରହିଛି। ନାଗପୁର ଦକ୍ଷିଣ ପଶ୍ଚିମ ଆସନ ୨୦୦୯ରେ ସୃଷ୍ଟି ହୋଇଥିଲା, ସେବେଠାରୁ କେବଳ ଦେବେନ୍ଦ୍ର ହିଁ ଏଠାରେ ନିର୍ବାଚନରେ ବିଜୟୀ ହୋଇଥିଲେ। ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଓ୍ବନକୁଲେ କାମାଥିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚାଭନଙ୍କ ଝିଅ ଶ୍ରୀଜୟା ଅଶୋକ ଚାଭନଙ୍କୁ ଭୋକରରୁ ଟିକେଟ୍‌ ଦିଆଯାଇଛି। ଏହି ଆସନକୁ ଅଶୋକ ଚାଭନ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ମୋଟ ୨୮୮ଟି ବିଧାନସଭା ସିଟ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୨୦ରେ ମତଦାନ ଏବଂ ୨୩ ତାରିଖରେ ଭୋଟ ଗଣତି ହେବ।


Leave A Reply

Your email address will not be published.