ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବୃଦ୍ଧି ହେଲା ବିମାନଯାତ୍ରା ସମୟରେ ଦୁର୍ଘଟଣାର କ୍ଷତିପୂରଣ ରାଶି

0

ନୂଆଦିଲ୍ଳୀ; ଅନ୍ତର୍ଜାତୀୟ ଉଡାଣ ସମୟରେ ଯାତ୍ରୀଙ୍କ ସହାୟତା କ୍ଷେତ୍ରରେ ଦିଆଯାଉଥିବା କ୍ଷତିପୂରଣରେ ବୃଦ୍ଧି ଘଟିଛି। ଏଥିରେ ବିମାନରେ ବିଳମ୍ବ, ଯାତ୍ରା ସମୟରେ ଦୁର୍ଘଟଣା ଯୋଗୁଁ ଆହତ ବା ମୃତ୍ୟୁ ହେଲେ କ୍ଷତିପୂରଣ ସାମିଲ କରାଯାଇଛି। ଅନ୍ତର୍ଜାତୀୟ ନାଗରିକ ଉଡ୍ଡୟନ ସଙ୍ଗଠନ (ଆଇସିଏଓ) ଏୟାରଲାଇନ୍ସ କମ୍ପାନୀ ଦ୍ୱାରା ଏହି ସୁବିଧା ଦିଆଯାଇଥାଏ।

କ୍ଷତିପୂରଣ ରାଶିରେ ଏହି ପରିବର୍ତ୍ତନ କନଭେନ୍ସନର ବିଲ୍ଟ-ଇନ୍ ରିଭ୍ୟୁ ମେକାନିଜମ୍ ଅନୁସାରେ କରାଯାଇଛି। କନଭେନ୍ସନ ଅନୁସାରେ ପ୍ରତି ୫ ବର୍ଷରେ ଦରବୃଦ୍ଧିକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଏ। ଡିସେମ୍ବର ଶେଷ ସୁଦ୍ଧା ଆଇନ ପରିବର୍ତ୍ତନ କରିବାକୁ ଆଇସିଏଓ କହିଛି।

ଆଇସିଏଓ ସୂଚନା ମୁତାବକ, ଏହି ପରିବର୍ତ୍ତନ ୨୮ ଡିସେମ୍ବରରୁ ଲାଗୁ ହେବ। ଆଇସିଏଓର ଏହି ପରିବର୍ତ୍ତନ ଫଳରେ ଭାରତ ସମେତ ସାରା ବିଶ୍ବରେ ୧୪୦ ଦେଶର ଅନ୍ତର୍ଜାତୀୟ ଯାତ୍ରୀ ଉପକୃତ ହେବେ। ତେବେ ବୃଦ୍ଧି ହୋଇଥିବା କ୍ଷତିପୂରଣ ରାଶିରେ ରହିଛି, ଯାତ୍ରୀଙ୍କ ମୃତ୍ୟୁ ହେବା ସ୍ଥିତିରେ କ୍ଷତିପୂରଣ ରାଶିକୁ ବଢାଇ ୧ ଲକ୍ଷ ୫୧ ହଜାର ୮୮୦ ଏସଡିଆର କରିଦିଆଯାଇଛି। ଯାହା ଭାରତୀୟ ରାଶି ଅନୁସାରେ ଏହା ୧.୭ କୋଟି ଟଙ୍କା। ବର୍ତ୍ତମାନ ଏହା ୧.୪ କୋଟି ଟଙ୍କା ରହିଛି।

Leave A Reply

Your email address will not be published.