ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ବୃଦ୍ଧି ହେଲା ବିମାନଯାତ୍ରା ସମୟରେ ଦୁର୍ଘଟଣାର କ୍ଷତିପୂରଣ ରାଶି

0

ନୂଆଦିଲ୍ଳୀ; ଅନ୍ତର୍ଜାତୀୟ ଉଡାଣ ସମୟରେ ଯାତ୍ରୀଙ୍କ ସହାୟତା କ୍ଷେତ୍ରରେ ଦିଆଯାଉଥିବା କ୍ଷତିପୂରଣରେ ବୃଦ୍ଧି ଘଟିଛି। ଏଥିରେ ବିମାନରେ ବିଳମ୍ବ, ଯାତ୍ରା ସମୟରେ ଦୁର୍ଘଟଣା ଯୋଗୁଁ ଆହତ ବା ମୃତ୍ୟୁ ହେଲେ କ୍ଷତିପୂରଣ ସାମିଲ କରାଯାଇଛି। ଅନ୍ତର୍ଜାତୀୟ ନାଗରିକ ଉଡ୍ଡୟନ ସଙ୍ଗଠନ (ଆଇସିଏଓ) ଏୟାରଲାଇନ୍ସ କମ୍ପାନୀ ଦ୍ୱାରା ଏହି ସୁବିଧା ଦିଆଯାଇଥାଏ।

କ୍ଷତିପୂରଣ ରାଶିରେ ଏହି ପରିବର୍ତ୍ତନ କନଭେନ୍ସନର ବିଲ୍ଟ-ଇନ୍ ରିଭ୍ୟୁ ମେକାନିଜମ୍ ଅନୁସାରେ କରାଯାଇଛି। କନଭେନ୍ସନ ଅନୁସାରେ ପ୍ରତି ୫ ବର୍ଷରେ ଦରବୃଦ୍ଧିକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଏ। ଡିସେମ୍ବର ଶେଷ ସୁଦ୍ଧା ଆଇନ ପରିବର୍ତ୍ତନ କରିବାକୁ ଆଇସିଏଓ କହିଛି।

ଆଇସିଏଓ ସୂଚନା ମୁତାବକ, ଏହି ପରିବର୍ତ୍ତନ ୨୮ ଡିସେମ୍ବରରୁ ଲାଗୁ ହେବ। ଆଇସିଏଓର ଏହି ପରିବର୍ତ୍ତନ ଫଳରେ ଭାରତ ସମେତ ସାରା ବିଶ୍ବରେ ୧୪୦ ଦେଶର ଅନ୍ତର୍ଜାତୀୟ ଯାତ୍ରୀ ଉପକୃତ ହେବେ। ତେବେ ବୃଦ୍ଧି ହୋଇଥିବା କ୍ଷତିପୂରଣ ରାଶିରେ ରହିଛି, ଯାତ୍ରୀଙ୍କ ମୃତ୍ୟୁ ହେବା ସ୍ଥିତିରେ କ୍ଷତିପୂରଣ ରାଶିକୁ ବଢାଇ ୧ ଲକ୍ଷ ୫୧ ହଜାର ୮୮୦ ଏସଡିଆର କରିଦିଆଯାଇଛି। ଯାହା ଭାରତୀୟ ରାଶି ଅନୁସାରେ ଏହା ୧.୭ କୋଟି ଟଙ୍କା। ବର୍ତ୍ତମାନ ଏହା ୧.୪ କୋଟି ଟଙ୍କା ରହିଛି।

Leave A Reply

Your email address will not be published.