ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରାଜ୍ୟର ସବୁ ତହସିଲ ଅଫିସରେ ରହିବ ରେଜିଷ୍ଟର: ରାଜସ୍ୱ ମନ୍ତ୍ରୀ

0

ଝାରସୁଗୁଡ଼ା: ରାଜସ୍ୱ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ମୂଲ୍ୟାୟନ କରିବେ ସାଧାରଣ ଜନତା। ଝାରସୁଗୁଡ଼ାରେ ଆଜି ଏଭଳି ବୟାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଝାରସୁଗୁ଼ଡ଼ାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜସ୍ୱମନ୍ତ୍ରୀ ଏପରି କହିଛନ୍ତି। ରାଜ୍ୟର ସବୁ ତହସିଲ ଅଫିସ, ସବ ରେଜିଷ୍ଟ୍ରର ଅଫିସ ଓ ରାଜସ୍ୱ ସେବା ଦିଆଯାଉଥିବା ସମସ୍ତ ଅଫିସରେ ରେଜିଷ୍ଟର ରହିବ ଏବଂ ଲୋକେ ଏଥିରେ ମାର୍କ ଦେବେ।

ସେ ଆହୁରି କହିଛନ୍ତି, ଅଫିସକୁ ଆସୁଥିବା ସାଧାରଣ ଜନତା ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ସେମାନେ ନିଷ୍ପତ୍ତି ନେବେ। ଉଭୟ ଅଫଲାଇନ୍ ଓ ଅନ୍ ଲାଇନରେ ଲୋକେ ଏହି ମାର୍କ ଦେଇପାରିବା କଥା ସେ କହିଛନ୍ତି। ଯେଉଁ ଅଧିକାରୀ ବାରମ୍ବାର ୧୦ ମାର୍କରୁ କମ୍ ନମ୍ବର ପାଇବେ, ତାଙ୍କ ସଂପର୍କରେ ବିଭାଗ ଚିନ୍ତା କରିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.