ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ ୨ମୃତ ,୧୨ ଆହତ

0

ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ଥିବା ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୧୨ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏଥିସହିତ ଜଣେ ନିଖୋଜ ଥିବା କୁହାଯାଉଛି। ବିସ୍ଫୋରଣ ଏତେ ବଡ ଥିଲା ଯେ ସମଗ୍ର କୋଠା ଭୁଶୁଡି ପଡିଛି। ଅନେକ କର୍ମଚାରୀ କୋଠାର ଭଗ୍ନାଂଶ ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ,, ଜବଲପୁରର କାରଖାନାରେ ସେତେବେଳେ ଏହି ବିସ୍ଫୋରଣ ଘଟିଥିଲା ​​ଯେତେବେଳେ ବୋମା ଭରିବା କାମ ଚାଲିଥିଲା। ବର୍ତ୍ତମାନ କାରଖାନା ପକ୍ଷରୁ କର୍ମଚାରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ନିଆଯାଉଥିବା ସାମ୍ନାକୁ ଆସିଛି।। ଉଦ୍ଧାରକାରୀ ଦଳ କୋଠାର ଭଗ୍ନାଂଶ ତଳେ ‌କିଛି କର୍ମଚାରୀ ପୋତି ହୋଇଯାଇଥିବା ଆଶଙ୍କା କରି ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ କାରଖାନାରେ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.