ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଗ୍ୟାସ୍‌ ସିଲିଣ୍ଡର ଫାଟି ପରିବାରର ୬ ମୃତ, ୯ ଗୁରୁତର

0

ଉତ୍ତର ପ୍ରଦେଶ: ଗ୍ୟାସ୍‌ ସିଲିଣ୍ଡର ଫାଟି ପରିବାରର ୬ ମୃତ, ୯ ଗୁରୁତର। ଉତ୍ତର ପ୍ରଦେଶ ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ଘଟିଛି ଏହି ଅଘଟଣ । ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପରିବାରର ୩ ମହିଳା ଓ ୩ ପୁରୁଷ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ସିକନ୍ଦରାବାଦ ଆଶାପୁରୀ ଆଶାପୁରୀ କଲୋନୀରେ ରାତି ୮ଟା ୩୦ରୁ ୯ଟା ମଧ୍ୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ସେତେବେଳେ ଘରେ ୧୮-୧୯ଜଣ ଲୋକ ଥିଲେ, ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ସେମାନଙ୍କ ଅବସ୍ଥା ଗୁରୁତର ଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି, ୯ ଜଣ ଆହତ ଏବେବି ଚିକିତ୍ସିତ ହେଉଛନ୍ତି, ସେଥିମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି କିନ୍ତୁ ତାଙ୍କ ଚିକିତ୍ସା ଚାଲିଛି।

ଖବର ପାଇ ଘଟଣାସ୍ଥଳରେ ପୋଲିସ, ଅଞ୍ଚଳର ଏସଡିଏମ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ଟିମ୍‌, ପୋଲିସ ଟିମ୍‌ , ମ୍ୟୁନିସିପାଲିଟି କର୍ପୋରେସନ ଟିମ, ମେଡିକାଲ ଟିମ, ଏନଡିଆରଏଫ ଟିମ ଘଟଣାସ୍ଥଳରେ ଅଛନ୍ତି।

ସେପଟେ ଘଟଣାକୁ ଅନୁଧ୍ୟାନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକମାନଙ୍କୁ କ୍ଷତିପୂରଣ ଦେବା ସହିତ ଆହତମାନଙ୍କୁ ଉତ୍ତମ ଚିକିତ୍ସା କରବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିସ୍ଫୋରଣର ଜଣାପଡି ନାହିଁ। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇ ମହଲା ବିଶିଷ୍ଟ କୋଠାଟି ସମ୍ପୁର୍ଣ୍ଣ ଭାବରେ ମାଟିରେ ମିଶିଯାଇଥିଲା।

Leave A Reply

Your email address will not be published.