ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ବାତ୍ୟା ପାଇଁ ସଜାଗ ହେଲେ ନନ୍ଦନକାନନ କର୍ତ୍ତୃପକ୍ଷ

0

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ ହୋଇଛନ୍ତି। ବାତ୍ୟା ଆରମ୍ଭରୁ ପ୍ରାଣୀଙ୍କୁ ଖୁଆଡ଼ ବାହାରକୁ ଛଡ଼ା ନ ଯାଇ ସେମାନଙ୍କୁ ଫିଡିଂ ଚାମ୍ବରରେ ରଖାଯିବ। ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାନୀୟ ଔଷଧ ରଖାଯିବ।

ତାହା ସହିତ ପରିସର ମଧ୍ୟରେ ଅଧିକ ପବନ ବୋହି ଗଛ ଭାଙ୍ଗିଲେ ସେସବୁ ସଫା କରିବାକୁ କଟର ମେଶିନ ଦ୍ୱାରା କଟାଯିବ। ବିଦ୍ୟୁତ୍‌ ସଂଯୋଗ ପାଇଁ ଜେନେରେଟର ଦ୍ୱାରା ଲାଇଟ୍‌ର ବ୍ୟବସ୍ଥା, ଖୁଆଡ଼ଗୁଡ଼ିକରେ ପାଣି ଜମିଲେ ନିଷ୍କାସନ ପାଇଁ ପାଣି ମଟରର ବ୍ୟବସ୍ଥା, ବିହଙ୍ଗ ବିହାରରେ ଯେପରି ପବନ ବାଜିବନି ସେଥିନିମନ୍ତେ ପାଲ ଆବଦ୍ଧ କରାଯିବ।

ପୋଲିସ ପ୍ରଶାସନକୁ ମଧ୍ୟ ସଜାଗ ରହିବାକୁ ଅନୁରୋଧ କରାଯାଇଛି। କର୍ମଚାରୀଙ୍କୁ ଗ୍ରୁପ କରାଯାଇ ଖୁଆଡ଼ର ତଦାରଖ କରାଯିବ। ଯଦି ବାତ୍ୟାର ପ୍ରକୋପ ଅଧିକ ହୁଏ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ଏସ୍‌ସିଏଫ୍‌ ରଶ୍ମିରଞ୍ଜନ ସ୍ୱାଇଁ କହିଛନ୍ତି।

Leave A Reply

Your email address will not be published.