ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ବାତ୍ୟା ପାଇଁ ସଜାଗ ହେଲେ ନନ୍ଦନକାନନ କର୍ତ୍ତୃପକ୍ଷ

0

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ ହୋଇଛନ୍ତି। ବାତ୍ୟା ଆରମ୍ଭରୁ ପ୍ରାଣୀଙ୍କୁ ଖୁଆଡ଼ ବାହାରକୁ ଛଡ଼ା ନ ଯାଇ ସେମାନଙ୍କୁ ଫିଡିଂ ଚାମ୍ବରରେ ରଖାଯିବ। ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାନୀୟ ଔଷଧ ରଖାଯିବ।

ତାହା ସହିତ ପରିସର ମଧ୍ୟରେ ଅଧିକ ପବନ ବୋହି ଗଛ ଭାଙ୍ଗିଲେ ସେସବୁ ସଫା କରିବାକୁ କଟର ମେଶିନ ଦ୍ୱାରା କଟାଯିବ। ବିଦ୍ୟୁତ୍‌ ସଂଯୋଗ ପାଇଁ ଜେନେରେଟର ଦ୍ୱାରା ଲାଇଟ୍‌ର ବ୍ୟବସ୍ଥା, ଖୁଆଡ଼ଗୁଡ଼ିକରେ ପାଣି ଜମିଲେ ନିଷ୍କାସନ ପାଇଁ ପାଣି ମଟରର ବ୍ୟବସ୍ଥା, ବିହଙ୍ଗ ବିହାରରେ ଯେପରି ପବନ ବାଜିବନି ସେଥିନିମନ୍ତେ ପାଲ ଆବଦ୍ଧ କରାଯିବ।

ପୋଲିସ ପ୍ରଶାସନକୁ ମଧ୍ୟ ସଜାଗ ରହିବାକୁ ଅନୁରୋଧ କରାଯାଇଛି। କର୍ମଚାରୀଙ୍କୁ ଗ୍ରୁପ କରାଯାଇ ଖୁଆଡ଼ର ତଦାରଖ କରାଯିବ। ଯଦି ବାତ୍ୟାର ପ୍ରକୋପ ଅଧିକ ହୁଏ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ଏସ୍‌ସିଏଫ୍‌ ରଶ୍ମିରଞ୍ଜନ ସ୍ୱାଇଁ କହିଛନ୍ତି।

Leave A Reply

Your email address will not be published.