ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ପ୍ରତି ୩ ଘଣ୍ଟାରେ ସୋସିଆଲ ମିଡିଆରେ ବାତ୍ୟାର ଅପଡେଟ୍ ଦେବେ ରାଜ୍ୟ ସରକାର

0

ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ଅକ୍ଟୋବର ୨୪ ରାତିରୁ ଅକ୍ଟୋବର ୨୫ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତି ୩ ଘଣ୍ଟା ବ୍ୟବଧାନରେ ଅପଡେଟ୍ ଦେବେ ରାଜ୍ୟ ସରକାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ସେବାର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସୋସିଆଲ୍ ମିଡିଆ ହ୍ୟାଣ୍ଡେଲଗୁଡିକ ନିୟମିତ ବ୍ୟବଧାନରେ ବାତ୍ୟା ଏବଂ ବର୍ଷା ସହିତ ଜଡିତ ସମସ୍ତ ସୂଚନା ପ୍ରତି ୩ ଘଣ୍ଟା ମଧ୍ୟରେ ପ୍ରଦାନ କରିବେ। ତେବେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରାଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୨୪ ଅକ୍ଟୋବର ରାତିରୁ ୨୫ ଅକ୍ଟୋବର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଏବଂ ବାତ୍ୟା ଜନିତ ସମସ୍ତ ଅପଡେଟ୍ ଜନତାଙ୍କୁ ପ୍ରଦାନ କରାଯିବ।

Leave A Reply

Your email address will not be published.