ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପ୍ରତି ୩ ଘଣ୍ଟାରେ ସୋସିଆଲ ମିଡିଆରେ ବାତ୍ୟାର ଅପଡେଟ୍ ଦେବେ ରାଜ୍ୟ ସରକାର

0

ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ଅକ୍ଟୋବର ୨୪ ରାତିରୁ ଅକ୍ଟୋବର ୨୫ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତି ୩ ଘଣ୍ଟା ବ୍ୟବଧାନରେ ଅପଡେଟ୍ ଦେବେ ରାଜ୍ୟ ସରକାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ସେବାର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସୋସିଆଲ୍ ମିଡିଆ ହ୍ୟାଣ୍ଡେଲଗୁଡିକ ନିୟମିତ ବ୍ୟବଧାନରେ ବାତ୍ୟା ଏବଂ ବର୍ଷା ସହିତ ଜଡିତ ସମସ୍ତ ସୂଚନା ପ୍ରତି ୩ ଘଣ୍ଟା ମଧ୍ୟରେ ପ୍ରଦାନ କରିବେ। ତେବେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରାଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୨୪ ଅକ୍ଟୋବର ରାତିରୁ ୨୫ ଅକ୍ଟୋବର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଏବଂ ବାତ୍ୟା ଜନିତ ସମସ୍ତ ଅପଡେଟ୍ ଜନତାଙ୍କୁ ପ୍ରଦାନ କରାଯିବ।

Leave A Reply

Your email address will not be published.