ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ ଘୋଷଣା। ବାତ୍ୟାରେ ଚାଳ ଘର କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ବାତ୍ୟାରେ ଯେଉଁ ପରିବାରଙ୍କ ଘର ଭାଙ୍ଗିଯାଇଛି, କିମ୍ବା କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ସରକାର ପକ୍କା ଘର ପାଇଁ ସହାୟତା ପ୍ରଦାନ କରିବେ। ଆଜି ବାତ୍ୟା ପରବର୍ତ୍ତୀ ଆଲୋଚନାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଏନେଇ ମନ୍ତ୍ରୀ କହିଛନ୍ତି, ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଶନିବାର ଅର୍ଥାତ ଆସନ୍ତାକାଲି ଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ। କ୍ଷେତ୍ର କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବେ। ଆଗାମୀ ୭ ଦିନ ଭିତରେ ବାତ୍ୟାରେ କେତେ କ’ଣ କ୍ଷତି ହୋଇଛି, କେତେ ଫସଲ ଏବଂ ଘର କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯାଇ ରିପୋର୍ଟ ଆସିବ। ଯେଉଁ ପରିବାରଙ୍କ ଘର ବାତ୍ୟାରେ ଭାଙ୍ଗିଥିବା ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ରବିବାର ଏରିଅଲ ଭାବେ ପ୍ରାଥମିକ ଆକଳନ କରାଯିବା। ତେବେ ଏହି ବାତ୍ୟା ଦାନା କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାକୁ ବିଶେଷ ପ୍ରଭାବିତ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

ବାତ୍ୟା ‘ଦାନା’ ର ବିଭୀଷିକାରେ ବହୁ ତଳିଆ ଅଞ୍ଚଳରେ ଥିବା ଘର ଓ ଚାଳିଆ କିମ୍ବା ମାଟି ଘର ଭାଙ୍ଗିଯାଇଛି । ଯାହା ଫଳରେ ବାସହରା ହୋଇପଡିଛନ୍ତି ଅନେକ ପରିବାର। ବିଶେଷ କରି କେନ୍ଦ୍ରାପଡା ଓ ଭଦ୍ରକ ଜିଲାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେଥିପାଇଁ ବଡ ଘୋଷଣା କରିଛନ୍ତି ମୋହନ ସରକାର । ବାତ୍ୟାରେ ଯଦି ଘର ଭାଙ୍ଗିଥାଏ କିମ୍ବା କ୍ଷତିଗ୍ରସ୍ତ ହୋଇଥାଏ ତେବେ ନୂଆ ଘର ଦେବେ ସରକାର।

Leave A Reply

Your email address will not be published.