ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ସ୍ଥାୟୀ ନିଯୁକ୍ତି ଦାବିରେ ପାରାମେଡିକାଲ ଷ୍ଟାଫଙ୍କ ଧାରଣା

0

ଭୁବନେଶ୍ବର; ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ନର୍ସିଙ୍ଗ ଅଫିସର, ଏଏନଏମ, ଫାର୍ମାସିଷ୍ଟ ଓ ଏଲ.ଟି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ ସ୍ୱାସ୍ଥ୍ୟକର୍ମୀ। ସରକାରଙ୍କ ଦ୍ୱାରା ଆଉଟ ଷୋର୍ସିଂ ଜରିଆରେ ନିଯୁକ୍ତ ଜୀଏନଏମ, ଏଏନଏମ, ଲ୍ୟାବ ଟେକନିସିଆନଙ୍କ ସଂଘ ଏଇ ଧାରଣାରେ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ କରୋନା ମହାମାରୀ ସମୟରେ ସରକାର ଆଉଟଷୋର୍ସିଂ ଏଜେନ୍ସି ମାଧ୍ୟମରେ ସରକାର ହଜାର ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଥିଲେ। ମହାମାରୀ ଶେଷ ହେବା ପରେ ଅନେକଙ୍କୁ ଛଟେଇ କରିଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଏବେ ଅଣଦେଖା କରାଯାଉଥିବା ବେଳେ ସେମାନଙ୍କର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି।

ବିକ୍ଷୋଭକାରୀଙ୍କ କହିବା ଅନୁସାରେ, ସରକାରଙ୍କ ନିର୍ଦ୍ଦେଶାନୁସାରେ ସେମାନେ ଆଜକୁ ୫ ବର୍ଷ ହେଲା ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ ମଧ୍ୟ ବିଭିନ୍ନ ମେଡିକାଲରେ ସେମାନଙ୍କୁ ଛଟେଇ କରି ଦିଆଯାଉଛି। ପଢିବାକୁ ସମୟ ନଥିବା ବେଳେ କେତେକଙ୍କ ବୟସ ସୀମା ଅଧିକ ହେତୁ ସେମାନେ ଓଏସଏସସି ପରୀକ୍ଷା ମଧ୍ୟ ଦେଇ ପାରୁ ନାହାନ୍ତି।ଗଞ୍ଜାମ, ବାଲେଶ୍ୱର, ଜଗତସିଂହପୁର ଭଳି ଜିଲାରେ ପାରାମେଡିକାଲ କର୍ମଚାରୀ ମାନଙ୍କୁ ଛଟେଇ କରିଦିଆଯାଇଛି। ଫଳରେ ଏଭଳି ଅବ୍ୟବସ୍ଥାକୁ ନେଇ ଆଜି ସଂଘ ପକ୍ଷରୁ ଧାରଣା ଦିଆଯାଇଛି।

Leave A Reply

Your email address will not be published.