ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

୮କୋଟି ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

0

କର୍ଣ୍ଣାଟକ: ୮କୋଟି ଟଙ୍କା ପାଇଁ ଦୁଇ ବୟଫ୍ରେଣ୍ଡଙ୍କ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। କର୍ଣ୍ଣାଟକର ରୋଡ଼ାଗୁ ଜିଲ୍ଲାର ଏକ କଫି ପ୍ଲାଣ୍ଟରୁ ୩ ସପ୍ତାହ ତଳୁ ଏକ ଅଜଣା ଦରପୋଡ଼ା ମୃତଦେହ ମିଳିବା ଘଟଣାର ପୋଲିସ ପର୍ଦ୍ଦାଫାସ୍ କରିଛି।

ସୂଚନା ଅନୁଯାୟୀ, ଅକ୍ଟୋବର ୮ ତାରିଖରେ କୋଡାଗୁର ସୁଣ୍ଟିକୋପ୍ପା ନିକଟରେ ଥିବା ଏକ କଫି ପ୍ଲାଣ୍ଟରୁ ପୋଲିସ ଏକ ଏକ ଦରପୋଡ଼ା ମୃତଦେହ ଜବତ କରିଥିଲା। ମୃତଦେହକୁ ଚିହ୍ନିଟ କରିବାରେ ପୋଲିସ ବିଫଳ ହେବା ପରେ ଉକ୍ତ ଅଞ୍ଚଳ ଦେଇ ଯାଇଥିବା ଗାଡ଼ି ଯାଞ୍ଚ କରିବା ପାଇଁ ସିସିଟିଭି ଫୁଟେଜ ସ୍କାନ କରିବା ଆରମ୍ଭ କରିଥିଲା। ଏକ ଲାଲ୍ ମର୍ସିଡିଜ୍ ବେଞ୍ଜ୍ ପୋଲିସର ସଦେହଘେରକୁ ଆସିଥିଲା। ଏହି କାରଟି ରମେଶ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା। ରମେଙ୍କ ପତ୍ନୀ କିଛିଦନ ତଳେ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ତେଲେଙ୍ଗାନା ପୋଲିସ ସହିତ ଯୋଗାଯୋଗ କରିଥିଲା ଯେଉଁଠାରେ କାର ପଞ୍ଜିକୃତ ହୋଇଥିଲା।

ଅନୁସନ୍ଧାନରୁ ରମେଶଙ୍କ ପତ୍ନୀ ୨୯ ବର୍ଷୀୟ ପି. ନିହାରିକାଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା। ପୋଲିସ ନିହାରିକାଙ୍କୁ ଗିରଫ କରି ପଚରାଉଚରା କରିବାରୁ ରମେଶଙ୍କୁ ହତ୍ୟା କରିଥିବା ସେ ସ୍ଵିକାର କରିଥିଲା। ନିହାରିକା ଏକ ଆର୍ଥିକ ହେରଫେର ମାମଲାରେ ହରିୟାଣାର ଏକ ଜେଲରେ ଥିଲେ। ସେଠି ଅଙ୍କୁର ନାମକ ଜଣେ ବ୍ୟକ୍ତି ସହ ସମ୍ପର୍କ ଗଢ଼ି ଉଠିଥିଲା। ତାସହ ବେଙ୍ଗାଲୁରୁରେ ଭେଟେନାରୀ ଡାକ୍ତର ନିଖିଲଙ୍କ ସହ ବି ତାଙ୍କ ସମ୍ପର୍କ ଥିଲା। କିଛି ଦିନ ତଳେ ସ୍ୱାମୀଙ୍କୁ ୮ କୋଟି ଟଙ୍କା ମାଗିଥିଲେ ନିହାରିକା। ଟଙ୍କା ଦେବାକୁ ସଫା ସଫା ମନା କରି ଦେବା ପରେ ସ୍ୱାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଦ୍ୱିତୀୟ ପତ୍ନୀ। ନିଜ ଦୁଇ ବୟଫ୍ରେଣ୍ଡ୍ ନିଖିଲ ଓ ଅଙ୍କୁର୍‌ଙ୍କୁ ଡାକିଥିଲେ ହାଇଦ୍ରାବାଦ୍। ଗତ ୨୯ ତାରିଖ ରାତିରେ ହାଇଦ୍ରାବାଦ୍ ଓପଲ ସ୍ଥିତ ନିଜ ଘରେ ହତ୍ୟା ପରେ ତିନି ଜଣ ମର୍ସିଡିଜ୍ ସହ କର୍ଣ୍ଣାଟକ ଆଡ଼କୁ ଯାଇଥିଲେ।

ଗାଡ଼ିରୁ ତେଲ ସରିଯିବାରୁ ସେମାନେ ଉପପାଲଠାରୁ ୮୦୦ କିଲୋମିଟର ଦୂରରେ କୋଡାଗୁ ଯାଇ ସେଠାରେ ସେମାନେ ଏକ କଫି ପ୍ଲାଣ୍ଟକୁ ନେଇ ମୃତଦେହକୁ କମ୍ବଳରେ ଗୁଡ଼ାଇ ନିଆଁରେ ପୋଡ଼ି ଦେଇଥିଲେ। ଏହା ପରେ ତିନିଜଣ ହାଇଦ୍ରାବାଦକୁ ଫେରିଥିଲେ ଏବଂ ନିହାରିକା ରମେଶଙ୍କ ପାଇଁ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲା

Leave A Reply

Your email address will not be published.