ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଯାତ୍ରିବାହୀ ବସ୍ ଦୁର୍ଘଟଣାରେ ୧୨ମୃତ୍ୟୁ

0

ରାଜସ୍ଥାନ: ରାଜସ୍ଥାନର ସିକାରରେ ଗୋଟିଏ ଯାତ୍ରିବାହୀ ବସ୍‌ କଲଭର୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବର୍ତ୍ତମାନ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ପୂରା ଘଟଣା ମଙ୍ଗଳବାର ମଧ୍ୟାହ୍ନ ସମୟରେ ଘଟିଛି। ବସ୍‌ଟି ସାଲସରରୁ ଆସୁଥିଲା। କିନ୍ତୁ ସିକାର ଜିଲ୍ଲାରେ ଥିବା ଲକ୍ଷ୍ମୀଗଡ଼ ନିକଟରେ ଏହା ଗୋଟିଏ କଲଭର୍ଟରେ ପିଟି ହୋଇଯାଇଥିଲା। 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବସ୍‌ଟି ମଧ୍ୟ ପୂରା ଛିନଛତ୍ର ହୋଇଯାଇଛି। ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବସରୁ ଆହତମାନଙ୍କୁ ବାହାର କରି ଲକ୍ଷ୍ମୀଗଡ଼ରେ ଥିବାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। କ୍ରେନ ଦ୍ୱାରା ବସ୍‌କୁ ସ୍ଥାନାନ୍ତର କରାଯିବା ସହ ଘଟଣାର ଅଧିକ ତଦନ୍ତ କରାଯାଉଛି। ସମ୍ଭବତଃ ଗାଡ଼ିର ବେଗ ଅଧିକ ଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ କଲଭର୍ଟରେ ଏହାକୁ ପିଟି ଦେଇଥିବା ସନ୍ଦେହ କରାଯାଉଛି। 

Leave A Reply

Your email address will not be published.