ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

୧୦ ବର୍ଷରୁ କମ୍ ପିଲା ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବେ ନାହିଁ

0

ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି
ଭୁବନେଶ୍ବର: ୧୦ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ମଧ୍ୟ ନିଷେଧ। ଦୀପାବଳି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କେତେ ସମୟରୁ କେତେ ସମୟ ପର୍ଯ୍ୟନ୍ତ ଏବଂ କେଉଁ ବୟସର ଛୋଟ ପିଲାମାନେ ବାଣ ଫୁଟାଇ ପାରିବେ ସେନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଜାରି ହୋଇଥିବା ସୂଚନା ଅନୁଯାୟୀ ଦୀପାବଳିରେ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇ ପାରିବେ। ଯାହା ଉଚ୍ଚତମ ନ୍ୟାୟାଳୟର ଆଦେଶ ଅନୁପାଳନ ପୂର୍ବକ କରିବାକୁ ପଡିବ। ସେହିପରି ଉଚ୍ଚ ଶଦ୍ଦ ସୃଷ୍ଟି କରୁଥିବା (୧୨୫ ଡେସିବେଲ୍) ଊର୍ଦ୍ଧ୍ବ) ବାଣ ପ୍ରସ୍ତୁତି, ବିକ୍ରି ତଥା ବ୍ୟବହାର ବେଆଇନ ଅଟେ।

ଏପରିକି ବଗିଚା, ପାର୍କ, ଡାକ୍ତରଖାନା, ଧାର୍ମିକ ସ୍ଥଳ ଇତ୍ୟାଦି ଅଞ୍ଚଳର ୧୦୦ ମିଟର ପରିସର ମଧ୍ୟରେ ବାଣ ଫୁଟାଇବା ବେଆଇନ ଅଟେ। ଏଥିସହିତ ୧୦ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ମଧ୍ୟ ନିଷେଧ କରାଯାଇଛି।

Leave A Reply

Your email address will not be published.