ପ୍ରମୁଖ ଖବର

‘ପୁଷ୍ପା ୨’ ଦଳାଚକଟା ଘଟଣାରେ ମୃତ ମହିଳାଙ୍କ ପରିବାରକୁ ୨ କୋଟି ଦେବେ ଅଲ୍ଲୁ ଅର୍ଜୁନ
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ
କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ
ପତଞ୍ଜଳି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲା ଡାବର କମ୍ପାନି
କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି

ଅଦିନ ରଥଯାତ୍ରା ପ୍ରସଙ୍ଗରେ ଇସ୍କନକୁ ଚିଠି ଲେଖି ବାରଣ କଲେ ଗଜପତି

0

ଭୁବନେଶ୍ବର: ଅଦିନ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗରେ ଇସ୍କନକୁ ଚିଠି ଲେଖି ବାରଣ କଲେ ଗଜପତି ମହାରାଜା। ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଆଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବାକୁ ବିରୋଧ କରି ଇସ୍କନକୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜା ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଅଦିନ ରଥଯାତ୍ରା ପୁରୀ ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ ଇସ୍କନକୁ କୁହାଯାଇଥିଲା। ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ମଧ୍ୟ ହୋଇଥିଲା। ଏଥିପାଇଁ ପାଇଁ ଆବଶ୍ୟକୀୟ ରିଜୋଲ୍ୟୁସନ ମଧ୍ୟ ହୋଇଥିଲା। ତେଣୁ ନଭେମ୍ବର ୯ ତାରିଖରେ ଇସ୍କନ ପକ୍ଷରୁ ଯୋଜନା ହୋଇଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ ବୋଲି ମହାରାଜ ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ନାଇଜେରିଆ ଇସ୍କନ ମଧ୍ୟ ନଭେମ୍ବର ୨୩ରେ ରଥଯାତ୍ରା କରିବାର ଯୋଜନା କରିଛି। ଏସବୁ ବନ୍ଦ କରି ଅନୁସ୍ତନ୍ୟକ ଭାବରେ ତଥା ବିଧି ମୁତବକ ସ୍ନାନ ଯାତ୍ରା ଓ ରଥଯାତ୍ରା କରନ୍ତୁ ବୋଲି ଗଜପତି ଚିଠିରେ ଲେଖିଛନ୍ତି।ଯଦି ଜନ୍ମାଷ୍ଟମୀ ଗୋଟିଏ ଦିନରେ, ତେବେ ରଥଯାତ୍ରା କାହିଁକି ଭିନ୍ନ? ବୋଲି ଚିଠିରେ ପ୍ରଶ୍ନ କରିଛନ୍ତି ଗଜପତି ମହାରାଜା।

ପୁରାତନ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବା ପାଇଁ ଇସ୍କନ ଚେଷ୍ଟା ଚଳାଇଛି। ବାରମ୍ବାର ଆଲୋଚନା ପରେ ମଧ୍ୟ ମନଇଚ୍ଛା ଅଦିନିଆ ରଥଯାତ୍ରା ପାଳନ ପାଇଁ ଯୋଜନା କରୁଛି। ଏଥର ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ଯୋଜନା ରଖିଛି ଇସ୍କନ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜ ଇଚ୍ଛା ମୁତାବକ ଯେକୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ଘୋର ବିରୋଧ କରିଛନ୍ତି ଜଗନ୍ନାଥ ପ୍ରେମୀ।

ଶ୍ରୀଜଗନ୍ନାଥଙ୍କ ମୂଳପୀଠର ବିଧିବିଧାନକୁ ଭୃକ୍ଷେପ ନକରି ବାରମ୍ବାର ଇସ୍କନର ଏଭଳି ଅଦିନିଆ ରଥଯାତ୍ରାର ଆୟୋଜନର ଅନେକ ଦୃଷ୍ଟାନ୍ତ ରହିଛି। ୨୦୨୦ ଜାନୁଆରୀ ମାସରେ ସବୁ ବିରୋଧ, ପ୍ରତିବାଦକୁ ପରୱା ନକରି ଆଶାଢ଼ ଶୁକ୍ଳ ଦ୍ବିତୀୟା ତିଥି ବଦଳରେ ଶ୍ରୀପଞ୍ଚମୀରେ ମୁମ୍ବାଇରେ ରଥଯାତ୍ରାର ଆୟୋଜନ କରିଥିଲା ଇସ୍କନ ସଂସ୍ଥା। ଏହା ପୂର୍ବରୁ ୨୦୦୭ ଅକ୍ଟୋବରେ ୬ ତାରିଖରେ ଲୁଧିୟାନା, ୨୦୦୭ ଡିସେମ୍ବର ୨୩ତାରିଖରେ ଦିଲ୍ଲୀରେ ବି ଅଦିନରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଥିଲା।

Leave A Reply

Your email address will not be published.