ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ

0

ଭୁବନେଶ୍ୱର, ସେପେ୍‌ଟମ୍ବର ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌)ର ଦୁଇଜଣ ସ୍ନାତକୋତର ଛାତ୍ରୀ ୨୦୨୬ ପାଇଁ ଆଇସିଏମ୍‌ଆର୍ ଏମ୍‌ଡିଏସ୍ ଥେସିସ୍ ଗ୍ରାଂଟ ନିମନ୍ତେ ମନୋନୀତ ହୋଇଛନ୍ତି। ଏକାଡେମିକ୍ ଉତ୍କର୍ଷତା ଓ ଗବେଷଣା ପ୍ରତି ସେମାନଙ୍କ ପ୍ରତିବଦ୍ଧତାର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନଜନକ ଗ୍ରାଂଟ ପ୍ରଦାନ କରାଯାଇଛି।

ଡାକ୍ତର ସିଦ୍ଧି ପଟ୍ଟନାୟକ ଓ ଡାକ୍ତର ସୋହିନୀ ନିୟୋଗୀ ସେମାନଙ୍କ ସ୍ନାତକୋତର ଗବେଷଣା କାର୍ଯ୍ୟ ପାଇଁ ଏହି ଗ୍ରାଂଟ ପାଇଛନ୍ତି। ଏହା ଉଭୟ ଛାତ୍ରୀଙ୍କ ସହ ଇନ୍‌ଷ୍ଟିଚ୍ୟୁଟ୍ ପାଇଁ ମଧ୍ୟ ଏକ ଉଲ୍ଲେଖନୀୟ ସଫଳତା। ଏହି ଗବେଷଣା ପ୍ରକଳ୍ପଗୁଡ଼ିକ ଆଇଡିଏସର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଏବଂ ଡାକ୍ତର ମନୀଷା ଦାସଙ୍କ ମାଗଦର୍ଶର୍ନରେ ଚାଲିଛି। ଶନିବାର ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉଭୟ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ସଫଳତାର ପ୍ରଶଂସା କରିଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ସଫଳତା ଦନ୍ତ ଚିକିତ୍ସା ବିଜ୍ଞାନରେ ଗବେଷଣା, ବୈଜ୍ଞାନିକ ଅନୁସନ୍ଧାନ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଦିଗରେ ଆଇଡିଏସ୍‌ର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି । ଏହି ସ୍ୱୀକୃତି ଛାତ୍ରୀମାନଙ୍କୁ ଅଧିକ ପ୍ରଭାବଶାଳୀ ଗବେଷଣା କରିବା ସହ ମୁଖ ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ପ୍ରେରଣା ଯୋଗାଇବ ।
ପ୍ରଫେସର (ଡକ୍ଟର) ନାୟକ ଓ କୁଳପତି ପ୍ରଫେସର ନନ୍ଦ ଛାତ୍ରୀମାନଙ୍କ ମାର୍ଗଦର୍ଶକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଏକାଡେମିକ୍ ଓ ଗବେଷଣା କ୍ଷେତ୍ରରେ ନିରନ୍ତର ସଫଳତା କାମନା କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଫେସର (ଡାକ୍ତର) ଭୂୟାଁ ଓ ଡାକ୍ତର ଦାସ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.