ସୋଆର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନସେସ୍ ଏବଂ ହୋଟେଲ୍ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୧୯/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ଓ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ର ଛାତ୍ରଛାତ୍ରୀଙ୍କ ନିମନ୍ତେ ଶନିବାର ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ ଉତ୍ସବ ଆୟୋଜିତ ହୋଇଯାଇଛି।
ଆଇବିଏସ୍ର୨୦୨୩ – ୨୬ ବ୍ୟାଚର ବ୍ୟାଚଲର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ବିବିଏ), ୨୦୨୧-୨୦୨୬ ବ୍ୟାଚର ଇଂଟ୍ରିଗ୍ରେଟେଡ୍ ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ଆଇଏମ୍ବିଏ), ୨୦୨୪-୨୬ ବ୍ୟାଚର ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ଏମ୍ବିଏ) ଓ ଏମ୍ବିଏ ଇନ୍ ହସ୍ପିଟାଲ ଆଡମିନିଷ୍ଟ୍ରେସନ୍ (ଏମ୍ବିଏଏଚ୍ଏ)ର ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।

ସେହିପରି ଏସ୍ଏଚ୍ଏମ୍ର ୨୦୨୪-୨୦୨୬ ବ୍ୟାଚର ଏମ୍ବିଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟ ଓ ୨୦୨୨-୨୦୨୬ ବ୍ୟାଚର ବ୍ୟାଚଲର ଇନ୍ ହୋଟେଲ ମ୍ୟାନେଜମେଂଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍ଏମ୍ସିଟି)ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ। ଏହି ଅବସରରେ ଉପକୁଳପତି କହିଥିଲେ ଯେ ଏହି ଡିଗ୍ରୀ ଛାତ୍ରଛାତ୍ରୀଙ୍କର ପରିଶ୍ରମ, ଧୈର୍ଯ୍ୟ, ସମୟାନୁବର୍ତୀତା, ଶୃଙ୍ଖଳା, ସଂଘର୍ଷ ଓ ପ୍ରତିବଦ୍ଧତାର ପ୍ରତୀକ।
ଜଣେ ଛାତ୍ର ବା ଛାତ୍ରୀର ଜୀବନର ଶ୍ରେଷ୍ଠ ଓ ମହତ୍ୱପୂର୍ଣ୍ଣ ଦିନ ହେଉଛି ଗ୍ର୍ରାଜୁଏସନ୍ କାର୍ଯ୍ୟକ୍ରମ। ଶୃଙ୍ଖଳା, ସମୟାନୁବର୍ତୀତା ଓ ଉତମ ମନୋଭାବ ଛାତ୍ର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ପ୍ରଫେସର ସାମନ୍ତରାୟ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟକରିବାକୁ ପ୍ରଫେସର ସାମନ୍ତରାୟ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଓ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଚଇନି ବାର୍ଷିକ ରିପୋର୍ଟ ପ୍ରଦାନ କରିଥିଲେ । ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଂଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ୍ କାଉନ୍ସିଲର ସଦସ୍ୟ ତଥା ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ।