ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢ଼ିଲା ବାଘ ସଂଖ୍ୟା

0

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଧଳା ବାଘୁଣୀ ରୂପା ଆଜି ୪ ଶାବକଙ୍କୁ ଜନ୍ମ ଦେଇଛି। ସମସ୍ତ ୪ ଶାବକ ସୁସ୍ଥ ଥିବାବେଳେ ରୂପା ସମସ୍ତଙ୍କ ଯତ୍ନ ନେଉଛି। ଛୁଆଗୁଡ଼ିକ ରୂପା ପାଖରେ ଥିବାରୁ ସେମାନଙ୍କ ଲିଙ୍ଗ ଚିହ୍ନଟ କରାଯାଇପାରିନାହିଁ। ସିସିଟିଭି ମାଧ୍ୟମରେ ବାଘୁଣୀ ରୂପା ଓ ତା’ ଶାବକମାନଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

ଧଳା ବାଘୁଣୀ ରୂପାକୁ ୬ ବର୍ଷ ହୋଇଛି। ୨୦୧୮ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ନନ୍ଦନକାନନରେ ଜନ୍ମ ହୋଇଥିଲା ରୂପା। ବାଘ ରୋଶନ ଓ ବାଘୁଣୀ ବିଜୟାଙ୍କ ମିଳନରୁ ଜନ୍ମ ହୋଇଥିଲା ରୂପା।

ଉଲ୍ଲେଖ ଥାଉକି; ରୂପା ୨୦୨୨ରେ ପ୍ରଥମ ଥର ପାଇଁ ୩ଟି ଶାବକ ଜନ୍ମ କରିଥିଲା। ତେବେ ମାସେ ଭିତରେ ୨ଟି ଶାବକ ମରି ଯାଇଥିଲେ। କେବଳ ଗୋଟିଏ ବଞ୍ଚିଥିଲା। ତା’ ନାଁ ହିମାଂଶୀ। ତାକୁ ଚଳିତ ବର୍ଷ ଜୁଲାଇ ମାସରେ ଭଗବାନ ବିର୍ସା ମୁଣ୍ଡା ବାୟୋଲୋଜିକାଲ ପାର୍କକୁ ପ୍ରାଣୀ ଅଦଳବଦଳ କାର୍ଯ୍ୟକ୍ରମ ଅଧୀନରେ ପଠାଇ ଦିଆଯାଇଛି।

ଏହା ପରେ ୨୦୨୩ ଜାନୁଆରୀ ମାସରେ ୨ଟି ଶାବକଙ୍କୁ ଜନ୍ମ ଦେଇଥିଲା ରୂପା। ସେମାନଙ୍କ ନାଁ ଅମୃତା ଓ ଶିବା। ସେମାନେ ଏବେ ନନ୍ଦନକାନନରେ ଅଛନ୍ତି। ଆଉ ଆଜି ରୂପା ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି। ରୂପା ଓ କଳା ବାଘ କୃଷ୍ଣର ମିଳନରୁ ଏହି ୪ ଶାବକ ଜନ୍ମ ହୋଇଛନ୍ତି।

Leave A Reply

Your email address will not be published.