ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଭାରତ-ଇଂଲଣ୍ତ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା ଓସିଏ

0

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ହେବାକୁ ଥିବା ଭାରତ-ଇଂଲଣ୍ତ ଦିନିକିଆ ଦିବାରାତ୍ର ମ୍ୟାଚ୍ ପାଇଁ ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ। ଓସିଏ ସମ୍ମିଳନୀ କକ୍ଷରେ ଆଜି ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକର ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଏବଂ ମ୍ୟାଚ୍ ପାଇଁ ଉଭୟ ଟିମ୍ ଭୁବନେଶ୍ଵରର ମେ ଫେୟାର ଲାଗୁନ ହୋଟେଲରେ ରହିବେ।

ଏଥର ବାରବାଟୀ ଷ୍ଟାଡିୟମରେ ୪୪ହଜାର ୫୨୪ ଦର୍ଶକଙ୍କ ମ୍ୟାଚ୍ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି। ଏହାଛଡ଼ା ମ୍ୟାଚ୍ ପାଇଁ ଟିକେଟ ଦର ଧାର୍ଯ୍ୟ କରିଛି ଓସିଏ। ଗ୍ୟାଲେରୀ ନମ୍ବର ୧ ପାଇଁ ଟିକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୨ ପାଇଁ ୧୦୦୦, ୩ ପାଇଁ ୧୨୦୦, ୪ ପାଇଁ ୧୦୦୦, ୫ ପାଇଁ ୧୫୦୦, ୬ ପାଇଁ ୧୨୦୦ ଓ ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି ସ୍ପେଶାଲ ଏନ୍‌କ୍ଲୋଜର ପାଇଁ ଟିକେଟର ମୂଲ୍ୟ ୭୦୦୦ ଟଙ୍କା ରହିଥିବା ବେଳେ ଏସି ଗ୍ୟାଲେରୀ ବକ୍ସ ପାଇଁ ୯୦୦୦ ଟଙ୍କା, କର୍ପୋରେଟ ବକ୍ସ ପାଇଁ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ଟିକେଟର ଦାମ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.