ପ୍ରମୁଖ ଖବର

ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ଅଣ୍ଡରୱେଟ୍ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ଖର୍ଚ୍ଚ, ପ୍ରତିଦିନ ମିଳିବ ୧୮ ଟଙ୍କାର ପୋଷଣ
ପିପିଲିରେ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଜବତ
ଏସଟି, ଏସସି ଓ ଏସିବିସି ପାଇଁ ସଂରକ୍ଷଣ ବୃଦ୍ଧି, ୨୦୨୬-୨୭ରୁ ଲାଗୁ ହେବ ନୂଆ ନୀତି
ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା
ମଦର ଡେରୀର ନୂଆ ପଦକ୍ଷେପ: ମାଟିରେ ମିଶିଯିବ କ୍ଷୀର ପାଉଚ୍
ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ, ଶୀଘ୍ର ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

ଭାରତ-ଇଂଲଣ୍ତ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା ଓସିଏ

0

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ହେବାକୁ ଥିବା ଭାରତ-ଇଂଲଣ୍ତ ଦିନିକିଆ ଦିବାରାତ୍ର ମ୍ୟାଚ୍ ପାଇଁ ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ। ଓସିଏ ସମ୍ମିଳନୀ କକ୍ଷରେ ଆଜି ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକର ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଏବଂ ମ୍ୟାଚ୍ ପାଇଁ ଉଭୟ ଟିମ୍ ଭୁବନେଶ୍ଵରର ମେ ଫେୟାର ଲାଗୁନ ହୋଟେଲରେ ରହିବେ।

ଏଥର ବାରବାଟୀ ଷ୍ଟାଡିୟମରେ ୪୪ହଜାର ୫୨୪ ଦର୍ଶକଙ୍କ ମ୍ୟାଚ୍ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି। ଏହାଛଡ଼ା ମ୍ୟାଚ୍ ପାଇଁ ଟିକେଟ ଦର ଧାର୍ଯ୍ୟ କରିଛି ଓସିଏ। ଗ୍ୟାଲେରୀ ନମ୍ବର ୧ ପାଇଁ ଟିକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୨ ପାଇଁ ୧୦୦୦, ୩ ପାଇଁ ୧୨୦୦, ୪ ପାଇଁ ୧୦୦୦, ୫ ପାଇଁ ୧୫୦୦, ୬ ପାଇଁ ୧୨୦୦ ଓ ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି ସ୍ପେଶାଲ ଏନ୍‌କ୍ଲୋଜର ପାଇଁ ଟିକେଟର ମୂଲ୍ୟ ୭୦୦୦ ଟଙ୍କା ରହିଥିବା ବେଳେ ଏସି ଗ୍ୟାଲେରୀ ବକ୍ସ ପାଇଁ ୯୦୦୦ ଟଙ୍କା, କର୍ପୋରେଟ ବକ୍ସ ପାଇଁ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ଟିକେଟର ଦାମ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.