ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ବିରୋଧ ପରେ ଅଦିନିଆ ରଥଯାତ୍ରାରୁ ଓହରିଲା ଇସ୍କନ

0

ଭୁବନେଶ୍ବର: ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା। ଆମେରିକାର ହଷ୍ଟନରେ ହେବାକୁ ଥିବା ରଥଯାତ୍ରାକୁ ବାତିଲ କରିଛି ଇସ୍କନ। ଏନେଇ ସୂଚନା ଦେଇଛନ୍ତି ଇସ୍କନର ରାଷ୍ଟ୍ରୀୟ ଜନସମ୍ପର୍କ ନିର୍ଦ୍ଦେଶକ ଯୁଧିଷ୍ଠିର ଗୋବିନ୍ଦ ପ୍ରଭୁ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ ପରେ ଅଦିନିଆ ରଥଯାତ୍ରାରୁ ଓହରିଲା ଇସ୍କନ।

ଆସନ୍ତା ୯ ତାରିଖରେ ଆମେରିକା ହ୍ୟୁଷ୍ଟନ୍‌ରେ ହେବନି ଇସ୍କନ ରଥଯାତ୍ରା। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବଦଳରେ ସେଦିନ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି ପ୍ରେସ ବିବୃତି ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଇସ୍କନ ରଥଯାତ୍ରା ବାତିଲ ପରେ ଭୁବନେଶ୍ୱର ଶାଖା ଉପସଭାପତି ତୁକାରାମ ଦାଶ କହିଛନ୍ତି, ତିଥି ଅନୁସାରେ ସବୁଠି ରଥଯାତ୍ରା ହେଉ। ଆମେ ଏନେଇ ଉଦ୍ୟମ ଜାରି ରଖିଛୁ। ପାଣିପାଗର ସ୍ଥିତି, ସରକାରଙ୍କ ଅନୁମତି ନେଇ ସମସ୍ୟା ହେଉଛି। ମୁଁ ଏନେଇ ଗଜପତି ମହାରାଜାଙ୍କ ସହ କଥା ହୋଇଛି। ଗଜପତି ମହାରାଜା ଭାରତ ସରକାରଙ୍କ ସହ କଥା ହୁଅନ୍ତୁ। ଭାରତ ସରକାରଙ୍କ ସହ କଥା ହୋଇ ତିଥିରେ କରିବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବା ପାଇଁ ଇସ୍କନ ଅପଚେଷ୍ଟା କରିଥିଲା। ଅଦିନରେ ରଥଯାତ୍ରା ନକରି ପୁଣି ଥରେ ଆମେରିକା ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିବା ସହ ତୀବ୍ର ପ୍ରତିକ୍ରିୟା କରିଥିଲେ।

Leave A Reply

Your email address will not be published.