ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

୪୦ରୁ ଅଧିକ ହେବ ନାହିଁ ମୋ’ ବସ୍‌ର ସ୍ପିଡ୍‌

0

ଭୁବନେଶ୍ବର: ମୋ’ ବସ୍‌ ଡ୍ରାଇଭର ଓ କର୍ମଚାରୀଙ୍କୁ ଚେତାବନୀ। ସହର ଭିତରେ ବୁଲୁଥିବା ମୋ’ ବସ୍‌ର ସ୍ପିଡ୍‌ ଲିମିଟ୍‌ ୪୦ରୁ ଅଧିକ ରହିବ ନାହିଁ। ଯେଉଁ ବସ୍‌ ଗୁଡ଼ିକ ବାହାରକୁ ଯାଉଛି, ତାହାର ସ୍ପିଡ୍‌ ୫୦ ରହିବ। ସହର ଭିତରେ ଚାଲୁଥିବା ‘ମୋ ବସ୍‌’ର ବେଗ ନିୟନ୍ତ୍ରଣପାଇଁ ନିଷ୍ପତ୍ତି ନିଆଯାଇଛି।

ଏ ମ୍ପର୍କରେ ନଗର ଉନ୍ନୟନ ଓ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ସହର ଭିତରେ ଚାଲୁଥିବା ମୋ ବସ୍‌ ଘଣ୍ଟାପ୍ରତି ୪୦ ଓ ସହର ବାହାରକୁ ଯାଉଥିବା ବସ୍‌ର ସର୍ବାଧିକ ବେଗ ୫୦ କିଲୋମିଟର ବେଗରେ ଚଳାଚଳ କରିବ। ଦୁର୍ଘଟଣାକୁ ଏଡ଼ାଇବା ଲାଗି ବସ୍‌ଗୁଡ଼ିକର ବେଗ ନିୟନ୍ତ୍ରଣ ପାଇଁ ସ୍ପିଡ୍‌ ଗଭର୍ଣ୍ଣର ଲଗାଯିବ। ଚାଳକ ୪୦ କିଲୋମିଟରରୁ ଅଧିକ ବେଗରେ ବସ୍‌ ଚଳାଇଲେ ସାଇରନ୍‌ ବାଜିବ ଏବଂ ଅପରେଟର୍‌ଙ୍କ ନିକଟକୁ ସୂଚନା ଯିବ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ‘ମୋ ବସ୍ ‘ ଦୁର୍ଘଟଣା ଘଟାଇବା ନେଇ ଜନଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ସଜାଗ ହୋଇଛନ୍ତି । ନିୟମିତ ବ୍ୟବଧାନରେ ବସ୍‌ ଗୁଡ଼ିକୁ ଯାଞ୍ଚ କରାଯିବ। ବସ୍‌ ଚାଳକଙ୍କ ଲାଇସେନ୍ସ ଚେକିଂ ହେବ। ଯିଏ ଲାଇସେନ୍ସ ଆଣିଥିବେ, ସେମାନେ ଗାଡ଼ିରେ ଚଢ଼ିବ। ଏହାଛଡ଼ା ବସ୍‌ ଚଢ଼ିବା ପୂର୍ବରୁ କର୍ମଚାରୀମାନେ ମଦ ପିଇଛନ୍ତି କି ନାହିଁ, ତାହାର ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.