ଆମେରିକା: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ। ହ୍ବାଇଟ ହାଉସ ରେସରେ ପୁଣି ବାଜି ମାରି ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଅନେକ ବିବାଦରେ ଫସି ମଧ୍ୟ ସେ ଆମେରିକୀୟଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି।
ମ୍ୟାଜିକ ନମ୍ବରଠାରୁ ବେଶ ଆଗରେ ରହି ଐତିହାସିକ ବିଜୟ ଲାଭ କରି ବିଶ୍ୱର ସୁପର ପାୱାର ଦେଶ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ଟ୍ରମ୍ପ ପାଇଛନ୍ତି ୨୭୭। ଅନ୍ୟପଟେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଡେମୋକ୍ରାଟ କମଳା ହାରିସଙ୍କୁ ମିଳିଛି ୨୨୬ ଭୋଟ। ବିଜୟ ଲାଗି ମ୍ୟାଜିକ ନମ୍ବର ୨୭୦ ଦରକାର ଥିବାବେଳେ ଟ୍ରମ୍ପ ବାଜିମାତ କରିଛନ୍ତି। ୭ଟି ସ୍ୱିଙ୍ଗ ଷ୍ଟେଟରେ ବି ଦବଦବା ଦେଖାଇଥିଲେ ଟ୍ରମ୍ପ। ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩। ଇତିହାସରେ ଦ୍ଵିତୀୟ ଥର ଲାଗି ହାରିଥିବା ପ୍ରାର୍ଥୀ ପୁଣି ଜିତିଛନ୍ତି।
ଟ୍ରମ୍ପ ଆମେରିକାରେ ଐତିହାସିକ ବିଜୟ ହାସଲ କରି ଦମଦାର ଢଙ୍ଗରେ କମବ୍ୟାକ କରିଥିବା ବେଳେ ଏକାଧିକ ରେକର୍ଡ କରିଛନ୍ତି। ଆମେରିକା ଇତିହାସରେ ଟ୍ରମ୍ପ ଦ୍ୱିତୀୟ ରାଷ୍ଟ୍ରପତି ଯିଏ ୪ ବର୍ଷ ବ୍ୟବଧାନ ପରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଗ୍ରୋଭର କ୍ଲିଭଲ୍ୟାଣ୍ଡଙ୍କ ୧୩୨ ବର୍ଷର ରେକର୍ଡର ସମକକ୍ଷ ହୋଇଛନ୍ତି ଟ୍ରମ୍ପ। ୧୮୮୮ରେ ହାରି ୧୮୯୨ରେ ପୁଣି ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ କ୍ଲିଭଲ୍ୟାଣ୍ଡ। ଅନ୍ୟପଟେ କମଳା ହାରିସଙ୍କ କ୍ୟାମ୍ପରେ ନୈରାଶ ଖେଳିଯାଇଛି। ସେ ତାଙ୍କ ଅଭିଭାଷଣକୁ ରଦ୍ଦ କରିଛନ୍ତି। ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ